ଇସ୍କନ ର ଅଦିନିଆ ରଥଯାତ୍ରା
ଇସ୍କନ ର ଅଦିନିଆ ରଥ ଯାତ୍ରା ବିରୁଦ୍ଧରେ ପ୍ରତିବାଦ ପଦ ଯାତ୍ରା ଅନୁଷ୍ଠିତ
ଆଗାମୀ ଦିନରେ କଡା ବିରୋଧ
ଅମାନିଆ ଇସ୍କନ ସଂସ୍ଥା ବର୍ତମାନ ଔଦ୍ଧତ୍ୟ ର ସୀମା ଟପି ଯାଇଛି | ଅଦିନିଆ ରଥ ଯାତ୍ରା ବନ୍ଦ କରିବ ନାହିଁ ଓ ଏବାବଦରେ କାହା କଥା ଶୁଣିବ ନାହିଁ ବୋଲି ଘୋଷଣା କରିଛି | ଆଜି ଅପରାହ୍ନ ପାଞ୍ଚ ଘଟିକା ସମୟରେ ପୁରୀର ଶ୍ରୀକ୍ଷେତ୍ର ମଠ ମନ୍ଦିରାଧିଶ ସଂଘ ର ବରିଷ୍ଠ ସନ୍ଥ ବୃନ୍ଦ , ଉତ୍କଳ ବିଦ୍ୱତ୍ ପରିଷଦ ର ସଦସ୍ୟ ଗଣ ଓ ପୁରୀର ଜଗନ୍ନାଥ ପ୍ରେମୀ ଜନ ସାଧାରଣ ଏକତ୍ରିତ ହୋଇ ମାର୍କେଟ ଛକ ଜଗନ୍ନାଥ ବଲ୍ଲଭ ମଠ ଠାରୁ ଏକ ନିରବ ପ୍ରତିବାଦ ଯାତ୍ରା ଆରମ୍ଭ କରି ସିଂହ ଦ୍ୱାର ପାଖରେ ପହଞ୍ଚିଥିଲା | ସମସ୍ତଙ୍କ ହାତରେ ପ୍ଲା କାର୍ଡ ଓ ମୁହଁରେ ଇସ୍କନ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବିର ସ୍ଲୋଗାନ | ତୁରନ୍ତ ଭାରତ ସରକାର ହସ୍ତକ୍ଷେପ କରି ଇସ୍କନ ର ପରମ୍ପରା ବିରୋଧୀ କାର୍ଯ୍ୟକୁ ବନ୍ଦ କରନ୍ତୁ ବୋଲି ଦାବି ଜୋର ଧରିଥିଲା |
ଏହି ପ୍ରତିବାଦ ପଦ ଯାତ୍ରା ରେ ମହନ୍ତ ରାମଚରଣ ଦାସ , ମହନ୍ତ ଡ଼ଃ ବିଜୟ ରାମାନୁଜ ଦାସ ,ମହନ୍ତ ସୁଭାନନ୍ଦ ଗିରି , ମହନ୍ତ ଦିବ୍ୟାନନ୍ଦ ଦାସ , ମହନ୍ତ ସୁଖରାମ ଦାସ , ଉତ୍କଳ ବିଦ୍ୱତ୍ ପରିଷଦର ସଭାପତି ମନୋଜ ରଥ , ବିଜୟ କୃଷ୍ଣ ବ୍ରହ୍ମା , ସମାଜସେବୀ ବଦ୍ରି ମିଶ୍ର , ଯୁବ ସଂଗଠକ ରାଜେଶ ମହାନ୍ତି , ମଧୁସୂଦନ ମିଶ୍ର , ରାଜା ମହାନ୍ତି ,ଦେବାନନ୍ଦ ମିଶ୍ର , ରଂଜେସ ସାହୁ , ଡ଼ଃ ଶଶିକାନ୍ତ ରଥ , ସୀସେନ ପ୍ରତିହାରୀ , ପ୍ରଦୀପ ସ୍ୱାଇଁ ପ୍ରମୁଖ ଅଗ୍ରଣୀ ଭୂମିକା ନେଇଥିଲେ |
ମନୋଜ ରଥ
ସଭାପତି
ଉତ୍କଳ ବିଦ୍ୱତ୍ ପରିଷଦ
9437232526
