ସମାଜସେବୀ ଙ୍କ ଏକାଦଶାହ ରେ ଗଁଦିଆ ସ୍ମୃତି ସଂସଦ ତରଫରୁ ସ୍ମୃତି ଚାରଣ ସଭା

ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ର ଗଁଦିଆ ବ୍ଳକ ସମ୍ମୁଖସ୍ଥ ସ୍ବର୍ଗତ ବାଉରୀବନ୍ଧୁ ମହାରଣା ଙ୍କ ବାସଭବନ ରେ ଗଁଦିଆ ସ୍ମୃତି ସଂସଦ ତରଫରୁ ସ୍ମୃତି ଚାରଣ ସଭା ଗଁଦିଆ ସ୍ମୃତି ସଂସଦ ର ସଭାପତି ପ୍ରକୃତି ବନ୍ଧୁ ହରିହର ସାହୁ ଙ୍କ ଅଧ୍ୟକ୍ଷତାରେ ଜୁନ ମାସ ଚବିଶି ତାରିଖ ଅପରାହ୍ନ ରେ ବିଶିଷ୍ଟ ସମାଜସେବୀ ସ୍ବର୍ଗତ ବାଉରୀବନ୍ଧୁ ମହାରଣା ଙ୍କ ଉଦେଶ୍ୟ ରେ ଅନୁଷ୍ଠିତ ହୋଇଯାଇଅଛି। ଏହି ସଭାରେ ଗଁଦିଆ ସ୍ମୃତି ସଂସଦ ର ମାର୍ଗଦର୍ଶକ ତଥା ଅବସର ପ୍ରାପ୍ତ ସ୍ବତନ୍ତ୍ର ବିଚାରପତି ସି ବି ଆଇ ଭିକାରୀ ଚରଣ ରାଉତ, ବିଶିଷ୍ଟ ପରିବେଶବିତ୍ ଉପେନ୍ଦ୍ର କୁମାର ରାଉତ , ଗଁଦିଆ ସ୍ମୃତି ସଂସଦ ର ଉପଦେଷ୍ଟା ଦଣ୍ଡଧର ସାହୁ, ଉପସଭାପତି ଡମ୍ବରୁଧର ସେଠୀ, ଗଁଦିଆ ଗ୍ରାମ ପଞ୍ଚାୟତ ର ପୂର୍ବତନ ସରପଂଚ ମଙ୍ଗରାଜ ବାରିକ୍ , ଅବସର ପ୍ରାପ୍ତ କ୍ରୀଡା ଶିକ୍ଷକ ରବିନାରାୟଣ ପରିଡ଼ା, ଗଁଦିଆ ସ୍ମୃତି ସଂସଦ ର ସଂଯୋଜକ ଅଭିମନ୍ୟୁ ଦାସ୍, ଅବସର ପ୍ରାପ୍ତ ଶିକ୍ଷକ ସାରଙ୍ଗଧର ସାହୁ, ଶିକ୍ଷକ ବୈକୁଣ୍ଠ ଚରଣ ସାହୁ, ବିଶିଷ୍ଟ ସମାଜସେବୀ ରାମଚନ୍ଦ୍ର ସାହୁ ଙ୍କ ସମେତ ବହୁମାନ୍ଯ ଗଣ ବ୍ୟକ୍ତି ସ୍ବର୍ଗତ ବାଉରୀବନ୍ଧୁ ମହାରଣା ଙ୍କ ସ୍ମୃତି ଚାରଣ କରିଥିଲେ। ବାଉରୀବନ୍ଧୁ ମହାରଣା ଙ୍କ ଉଦେଶ୍ୟ ରେ ଗଁଦିଆ ବରିଷ୍ଠ ନାଗରିକ ମଞ୍ଚ ର ସଂପାଦକ ଅନନ୍ତ ଚରଣ ଶତପଥୀ ବିଶେଷ ଭାବରେ ଆଲୋଚନା କରିଥିଲେ। କପିଳାସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ବରିଷ୍ଠ ସହାୟକ ଦେବରାଜ ଓଝା ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ ଓ ବକ୍ତବ୍ୟ ପ୍ରଦାନ କରିଥିଲେ। ସ୍ବର୍ଗତ ବାଉରୀବନ୍ଧୁ ମହାରଣା ଙ୍କ ପରିବାରବର୍ଗ ଙ୍କୁ ସ୍ମୃତି ଫଳକ ପ୍ରଦାନ କରାଯାଇଥିଲା। ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ଗଁଦିଆ ସ୍ମୃତି ସଂସଦ ତରଫରୁ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରାଯାଇଥିଲା

Leave a Reply

Your email address will not be published. Required fields are marked *