ଜଗତସିଂହପୁର ରେ ଭଷାଣୀ ଉତ୍ସବ

– ଜଗତସିଂହପୁର ଠାରେ ଭସାଣି ଉତ୍ସବ ଶାନ୍ତି ଶୃଙ୍ଖଳାର ସହିତ ସମାପ୍ତ ହୋଇଛି । ପୂଜା ମଣ୍ଡପରୁ ସମସ୍ତ ୨୨ ଟି ମେଢ଼ ପାରମ୍ପାରିକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ପଡ଼ିଆରେ ଆୟୋଜିତ ଭସାଣୀ ଉତ୍ସବରେ ଯୋଗ ଦେଇଥିଲେ । ଭସାଣି ଉତ୍ସବ ଉପଲକ୍ଷେ ଥାନପତି ମହାଦେବ କ୍ଲବ ପକ୍ଷରୁ ସମସ୍ତ ପୂଜା କମିଟିକୁ ଭୋଗ ପ୍ରଦାନ କରାଯାଇଥିଲା ।

ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଥିବା ୪ଟି ଅସ୍ଥାୟୀ ପୋଖରୀରେ ମୂର୍ତ୍ତି ଗୁଡିକ ବିସର୍ଜନ କରାଯାଇଥିଲା ।ଏହି ଭାଷାଣି ଉତ୍ସବ ଦେଖିବାକୁ ହଜାଇ ହଜାର ଲୋକଙ୍କ ସମାଗମ ହୋଇଥିବା ବେଳେ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।

Leave a Reply

Your email address will not be published. Required fields are marked *