ଜଗତସିଂହପୁର ଜିଲ୍ଲା ବିଜେପି ପକ୍ଷରୁ ବିଜେପି ଜନ ଆକ୍ରୋଶ ମହିଳା ସମାବେଶ
ଜଗତସିଂହପୁର-ମହିଳା ସ୍ଥାନ ସଂରକ୍ଷଣକୁ ନେଇ କଂଗ୍ରେସ ଓ ଇଣ୍ଡି ମେଣ୍ଟର ବିରୋଧକୁ ସାରା ଦେଶରେ ବିଜେପି ପକ୍ଷରୁ ଜନ ଆକ୍ରୋଶ ମହିଳା ସମାବେଶ ଅନୁଷ୍ଠିତ ହେଉଥିବା ବେଳେ ଆଜି ଜଗତସିଂହପୁର ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ମହିଳା ଜନ ଆକ୍ରୋଶ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମହିଳା ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କ୍ରିଷ୍ଣା ମହାନ୍ତିଙ୍କ ନେତୃତ୍ୱରେ ମହିଳା ମୋର୍ଚ୍ଚାର କର୍ମୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ । ପରେ ଥାନା ଛକ ଠାରେ ଆୟୋଜିତ ପ୍ରତିବାଦ ସଭାରେ ସାଂସଦ ବିଭୁ ପ୍ରସାଦ ତରାଇ,ଜିଲ୍ଲା ବିଜେପି ସଭାପତି ପ୍ରତାପ ମିଶ୍ର ଓ ମହିଳା ମୋର୍ଚ୍ଚାର ସମସ୍ତ ମଣ୍ଡଳର କର୍ମକର୍ତ୍ତା ମାନେ ଯୋଗ ଦେଇ କଂଗ୍ରେସର ଏହି ମହିଳା ବିରୋଧୀ କାର୍ଯ୍ୟକୁ ନିନ୍ଦା କରିବା ସହିତ ରାହୁଲ ଗାନ୍ଧୀ ଓ ନବୀନ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ ।
