ଜଗତସିଂହପୁର ପୋଲିସ ର ମୋବାଇଲ ଫୋନ ମେଳା ।
Date-17/04/26 ଜଗତସିଂହପୁର-ଜଗତସିଂହପୁର ପୋଲିସ କୁ ମିଳିଛି ବଡ଼ ସଫଳତା । ବିଭିନ୍ନ ସ୍ଥାନରୁ ଚୋରୀ ହୋଇଥିବା ଓ ହଜି ଥିବା ୫୦ ରୁ ଉର୍ଦ୍ଧ ମୋବାଇଲ ଫୋନ ଜବତ କରିଛି ପୋଲିସ । ଜବତ ମୋବାଇଲ ଗୁଡିକୁ ଏସ୍ପିଙ୍କ କାର୍ଯ୍ୟାଳୟ ପରିସରରେ ଏକ ମେଳା ର ଆୟୋଜନ କରାଯାଇ ମୋବାଇଲ ମାଲିକ ମାନଙ୍କୁ ସେମାନଙ୍କ ମୋବାଇଲ ବଣ୍ଟନ କରାଯାଇଛି । ଚୋରି ହୋଇ ଯାଇଥିବା ନିଜ ନିଜର ମୋବାଇଲ ଫୋନ ପୁଣି ଫେରି ପାଇବା ପରେ ସମ୍ପୃକ୍ତ ମୋବାଇଲ ମାଲିକ ମାନେ ବେଶ ଖୁସିବ୍ୟକ୍ତ କରିବା ସହ ଜଗତସିଂହପୁର ପୋଲିସ କୁ ଧନ୍ୟବାଦ ଜଣାଇଛନ୍ତି ।
