ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡି ସମନ

ରାଞ୍ଚି: ଜମି ଦୁର୍ନିତୀ ମାମଲାରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସମନ ଜାରି କରିଛି। ଏହି ସମନ ନୋଟିସ୍ ଆଧାରରେ ଆସନ୍ତା ଅଗଷ୍ଟ ୧୪ ରେ ଇଡି କାର୍ଯ୍ୟାଳୟ ହାଜର ହେବାକୁ ଜାରି କରିଛି । ହେମନ୍ତ ସୋରେନଙ୍କ ବିରୋଧରେ ଜାଲ୍ ନାମ ଓ ଠିକଣା ଆଧାରରେ ସେନା ଜମି ଉପରେ ଅବୈଧ କବଜା କରିଥିବା ଅଭିଯୋଗ ହୋଇଛି।
ଏହାପୂର୍ବରୁ ବେଆଇନ ଖଣି ଖନନ ମାମଲାରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଙ୍କୁ ୨୦୨୨ ନଭେମ୍ବର ୧୮ରେ ଇଡି ଅଧିକାରୀମାନେ ୧୦ ଘଣ୍ଟା ଧରି ଜେରା କରିଥିଲେ। ଏବେ ରାଞ୍ଚି ଡିଭିଜନର ତତ୍କାଳୀନ କମିଶନର ନୀତିନ ମଦନ କଲକର୍ଣ୍ଣୀଙ୍କ ରିପୋର୍ଟ ଆଧାରରେ ଜମି ସ୍କାମ୍ ମାମଲାରେ ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *