ଝିଅ
ଝିଅ ଆଗମନ ଲକ୍ଷ୍ମୀ କଂ ସମାନ
ଭାଗ୍ଯ ରେ ଥିଲେ ମିଳେ
ଅନେକ ପ୍ରାର୍ଥନା କେତେ ପୂଣ୍ୟ ବଳେ
ଦୁହିତା ରୂେପ ଜନ୍ମ ନିଏ ମା କୋଳେ
ତା ଜନ୍ମେ ଖେଳି ଯାଏ ମହକ
ମା ହୃଦୟ ବଗିଚା ରେ
ସତେକି ମା ଲକ୍ଷ୍ମୀ ଆସିଛନ୍ତି
ମହକାଇ ସାରା ସଂସାର
ଝିଅ ଟିଏ ବିନା ଘର ଲାଗେ ଶ୍ରୀ ହୀନ
ସତେ ଯେପରି ମରୁଭୂମି ସମାନ
ତଥାପି ଏ ମଣିଷ ବୁଝେନା
ମା ଗର୍ଭ ରୁ ଦିଏ ତାକୁ କେତେ ଯାତନା
ଟିକିଏ ଅଝଟି ଭୂଇଁ ରେ ଯାଏ ଲୋଟି
ଉଣା କେଉଁ ଥିରେ ହେଲେ
ପଦିଏ ଟାଣ କହି ଦେଲେ
ଟପ ଟପ ଲୁହ ଢାଳେ
ଭାଇ ଭଉଣୀ ର ଝଗଡ଼ା ବେଳେ
ଅଳ୍ପ କେ ଓହରି ଯାଏ
ଅଭିମାନ ଭରା ଆପତ୍ତି ତାର
ଭାଇ ପାସେ ସଦା ଥାଏ
ଝିଅ ଜନମ ଜୀବ ପରଘର
ଏ ନିୟମ ସଂସାର ର
ବାପଘର ପ୍ରୀତି ଶାଶୁ ଘର ମତି
ମମତା ରେ ବାନ୍ଧେ ସାରା ସଂସାର ତାର
ମନ ପାରେ ବୁଝି କଷ୍ଟ ପାରେ ଖୋଜି
ଦରଦୀ ରେ ପ୍ରାଣ ଭରା
ଧର୍ଯ୍ୟ ସହନର ଗନ୍ତାଘର ସିଏ
ଲକ୍ଷ୍ମୀ କଂ ଅବତାର ପରା


ମମତା କର

Leave a Reply

Your email address will not be published. Required fields are marked *