ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଘୋଡ଼ା ବଜାର,ପୁରୀ ପରିସରରେ ୩୧ତମ ଜ୍ଞାନ ବିଜ୍ଞାନ ମେଳା

ଦୁଇ ଦିନ ଧରି ସରସ୍ଵତୀ ଶିଶୁ ମନ୍ଦିର,ଘୋଡ଼ା ବଜାର, ପୁରୀ ପରିସରରେ ଚଳିତ ବର୍ଷ ୩୧ତମ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶିଶୁବାଟିକା ଓ ପ୍ରଥମ ରୁ ତୃତୀୟ ଶ୍ରେଣୀ ସମେତ ଶିଶୁ, ବାଲ , କିଶୋର ଓ ତରୁଣ ବର୍ଗରେ ବୈଦିକ ଗଣିତ , ସଂସ୍କୃତିବୋଧ ଓ ବିଜ୍ଞାନର ବିଭିନ୍ନ ପ୍ରତିଯୋଗିତାମାନ ଆୟୋଜନ କରାଯାଇଥିଲା । ଉକ୍ତ ବିଭାଗରେ ପ୍ରଶ୍ନମଞ୍ଚ ଓ ପତ୍ରବାଚନ ସହିତ ଗଣିତ ଓ ବିଜ୍ଞାନରେ ପ୍ରୟୋଗ ଓ ପ୍ରକଳ୍ପ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ସଂସ୍କୃତି ବୋଧ ପରିଯୋଜନାରେ କଥା କଥନ ଏବଂ ମୃତ୍ତିକଳା , ଲୋକନୃତ୍ୟ ପ୍ରଦର୍ଶନ ଓ ଦେଶାତ୍ମବୋଧ ବ୍ୟକ୍ତିଗତ ଗୀତ ପ୍ରତିଯୋଗିତାମାନ କରାଯାଇଥିଲା । ପୁରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରମୋଦ କର ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ଉଦ୍ଘାଟନୀ ଅଭିଭାଷଣରେ ଉପସ୍ଥିତ ଶିଶୁ ମାନଙ୍କୁ ବୈଜ୍ଞାନିକ ଚିନ୍ତାଧାରାରେ ଉଦ୍ଭୂତ ହୋଇ ନୂତନ ସଫଳତା ହାସଲ କରିବା ସହ ବିଦ୍ୟାଳୟର ସୁନାମ ଅର୍ଜନ ଓ ସମୃଦ୍ଧିଶାଳୀ ରାଷ୍ଟ୍ର ଗଠନରେ ସହାୟକ ହୁଅନ୍ତୁ ବୋଲି ଆହ୍ୱାନ କରିଥିଲେ। ଆମ ବିଦ୍ୟାଳୟର ପୂର୍ବଛାତ୍ର ତଥା TCS,ଭୁବନେଶ୍ୱର କମ୍ପାନୀର ଟେକନିକାଲ ଆର୍ଟିଟେକ ଶ୍ରୀମାନ ସମଦର୍ଶୀ ପ୍ରଜାବତ୍ସଳ ସ୍ୱାଇଁ,ପୁରୀ ଜିଲ୍ଲା ସହ ଜିଲ୍ଲା ପ୍ରମୁଖ ଦୀନବନ୍ଧୁ ତ୍ରିପାଠୀ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରମୋଦ କର ପୁରୀ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ସୁନାମ ଅର୍ଜନ କରିଥିବା ବିଜ୍ଞାନ ଓ ଗଣିତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଥିଲେ।। ବିଚାରକ ମାନେ ବିଚାର କରି ୩୦୦ ପ୍ରତିଭାଗୀ ମଧ୍ୟରୁ ୧୪୦ଜଣ ଶ୍ରେଷ୍ଠ ପ୍ରତିଭାଗୀ ମାନଙ୍କୁ ଚୟନ କରିଥିଲେ । ତନ୍ମଧ୍ୟରୁ ୪୯ଜଣ ଶିଶୁ ସଂକୁଳ ସ୍ତରକୁ ଚୟନିତ ହୋଇଛନ୍ତି।କାର୍ଯ୍ୟକ୍ରମର ପ୍ରଥମ ଦିବସରେ ବିଦ୍ୟାଳୟର CRCC ଶ୍ରୀମତୀ ଅନିତା ମିଶ୍ର ଓ ପୂର୍ବତନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଧନେଶ୍ୱର ସୁନ୍ଦରାୟ କୁନି ଶିଶୁ ପ୍ରତିଭାଗୀ ମାନଙ୍କୁ ପୁରସ୍କୃତ କରିଥିଲେ।ଉଦଯାପନ ପର୍ବରେ ମୁଖ୍ୟ ଅତିଥି ଭାବେ ବିଜ୍ଞାନ ପର୍ଯ୍ୟବେକ୍ଷକ ମିଥୁନ ହରିଚନ୍ଦନ ଓ ପୁରୀ ଜିଲ୍ଲା ପ୍ରମୁଖ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ସାହୁ ମହୋଦୟ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରେଷ୍ଠ ପ୍ରତିଭାଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଶ୍ରୀଯୁକ୍ତ ଡ଼ଃ ଅଭିମନ୍ୟୁ ଭୂୟାଁ,ସହସଭାପତି ଶ୍ରୀଯୁକ୍ତ ସୀମାଚଳ ପଣ୍ଡା, ସମ୍ପାଦକ ଅରବିନ୍ଦ ଶତପଥୀ, ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ବିକାଶ ଦତ୍ତ , କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ମାନସ ରଞ୍ଜନ ପଣ୍ଡା ,ସଦସ୍ୟା ସନ୍ତୋଷିନୀ ନାୟକ ଓ +୨ ବିଜ୍ଞାନ ଉଚ୍ଚ ମଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅରବିନ୍ଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ।ଆଚାର୍ଯ୍ୟ ଅନଙ୍ଗ ଉଦୟ ବଳ ବିବରଣୀ ପଠନ କରିଥିବା ବେଳେ ଆଚାର୍ଯ୍ୟ ଡ଼ଃ ଶ୍ରୀକାନ୍ତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ପ୍ରଧାନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

Leave a Reply

Your email address will not be published. Required fields are marked *