ଡାକ୍ତର ଦୁଷ୍କର୍ମ ଘଟଣା

ଡାକ୍ତର ଦୁଷ୍କର୍ମ ଘଟଣା। ନ୍ୟାୟ ଦାବୀ କଲେ ସମାଜସେବୀ ରୋଜାଲିନ ନିମାପଡା ( ) ଆର. ଜି. କର ମେଡିକାଲ କଲେଜ ଓ ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ମାମଲା ସାରା ଦେଶକୁ ଦୋହଲାଇ ଦେଇଥିବା କୋଲକତାର ଲୋମହ୍ରଷଣକାରୀ ଘଟଣାରେ ସମ୍ପୂକ୍ତ ଦୋଷୀକୁ ଦଣ୍ଡ ଦେବା ପାଇଁ ସମାଜସେବୀ ରୋଜାଲିନ ନାୟକ ଦାବୀ କରିଛନ୍ତି। ଏ ନେଇ ସେ ଏକ ସାମ୍ବାଦିକ ସମ୍ମିଳନୀ କରି ଦୋଷୀକୁ ଫାଶୀ ଦଣ୍ଡାଦେଶ ଦିଆ ଗଲେ ଆଗକୁ ଏଭଳି ବର୍ବର କାଣ୍ଡ କେହି କରିବାକୁ ଭୟ କରିବେ ବୋଲି କହିଛନ୍ତି। ଦ୍ୱତୀୟ ଭଗବାନ କୁହାଯାଉଥିବା ଡାକ୍ତର ଯଦି ଏଠି ସୁରକ୍ଷିତ ନାହାନ୍ତି.ତେବେ ସାଧାରଣ ମହିଳା ଝିଅଟିଏ ନିଜକୁ କିପରି ସୁରକ୍ଷିତ ମଣିବ। ଅନ୍ୟ ଦେଶରେ ଯେଭଳି କଠୋର ଦଣ୍ଡ ବିଧାନ ଅଛି. ସେଭଳି ଆମ ଦେଶର ଆଇନକୁ ଏଭଳି ସ୍ପର୍ଶକାତର ଘଟଣାରେ ଦୋଷୀକୁ କଠୋର ଦଣ୍ଡ ବିଧାନ କରା ଗଲେ ପୁନର୍ବାର ଏଭଳି କେହି କରିବାକୁ ସାହସ ଜୁଟାଇ ପାରିବେ ନାହିଁ. ଏହି ଘଟଣାରେ ସମ୍ପୂକ୍ତ ସମସ୍ତ ଦୋଷୀଙ୍କୁ ଦଣ୍ଡ ଦିଆଯିଵା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି

Leave a Reply

Your email address will not be published. Required fields are marked *