କାରଗିଲ ବିଜୟ ଦିବସ

।ବ୍ରହ୍ମପୁର -୨୬/୭/୨୦୨୪ — ୨୫ ତମ କାରଗିଲ ବିଜୟ ଦିବସ ଅବସରରେ ବ୍ରହ୍ମପୁର ସହାର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସହର ତଳି ଅଞ୍ଚଳ ଜଗଦଳପୁର ଠାରେ ସ୍ଥାପିତ ଜଗଦଳପୁର ଗ୍ରାମର ଅମର ପୁତ୍ର ସହିଦ୍ ଶ୍ରୀନିବାସ ପାତ୍ରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ସହ ସହିଦଙ୍କ ସ୍ମୃତି ଚାରଣ କରାଯାଇଥିଲା। କମିଟି ସଦସ୍ୟମାନେ ଦେଶ ମାତୃକାର ସୁରକ୍ଷା ଓ ନିରାପତ୍ତା ପାଇଁ ପ୍ରାଣବଳି ଦେଇଥିବା ଭାରତ ମାତା ତଥା ସହର ତଳି ଅଞ୍ଚଳ ଜଗଦଳପୁର ମାଟିର ସୁପୁତ୍ର ବୀର ଅମର ସୈନିକ ଶ୍ରୀନିବାସ ପାତ୍ରଙ୍କୁ ଏହି ଅବସରରେ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ବୀର ସହିଦଙ୍କ ତ୍ୟାଗ, ସମର୍ପଣ, ଅନୁରକ୍ତି ଓ ବଳିଦାନ ଚିର ସ୍ମରଣୀୟ। ସହିଦ ଶ୍ରୀନିବାସଙ୍କ ବାକିଦନକୁ ଏ ଦେଶ, ମାଟି ଓ ସମାଜ ଭୂଳିବ ନାହିଁ । ଏହି ଅବସରରେ ସହିଦ୍ ଶ୍ରୀନିବାସଙ୍କ ସମ୍ମାନାର୍ଥେ ରେଡିଓ ଷ୍ଟେସନ ଠାରୁ ଜଗଦଳପୁର ରାସ୍ତାକୁ ସହିଦ୍ ଶ୍ରୀନିବାସ ମାର୍ଗ ରୂପେ ଘୋଷଣା କରିବାକୁ ବହୁଦିନରୁ ଦାବୀ ହୋଇ ଆସୁଥିଲେ ସୁଦ୍ଧା ପୂର୍ବ ସରକାର ଅଣଦେଖା କରି ଆସୁଥିଲେ। ନୂତନ ବିଜେପି ସରକାର ରାଷ୍ଟ୍ରବାଦୀ ଦଳ ହିସାବରେ ଏହି ରାସ୍ତାକୁ ସହିଦ୍ ଶ୍ରୀନିବାସ ମାର୍ଗ ରୂପେ ଘୋଷଣା କରି ବୋର୍ଡ଼ ଲଗାଇବାକୁ କମିଟି ଦାବୀ କରିଛି। ଏହି ଅବସରରେ ସଭାପତି ସଞ୍ଜୀବ କୁମାର ପଟ୍ଟନାୟକଙ୍କ ବ୍ୟତୀତ ସହ ସମ୍ପାଦକ ବି ଭି ସାଗର, କାର୍ଯ୍ୟାଳୟ ସମ୍ପାଦକ ଦିଗାମ୍ବର ସାମନ୍ତରାୟ, ଉପ ସଂଗଠନ ସମ୍ପାଦକ ଅଜିତ୍ ପଟ୍ଟନାୟକ, ସହ ସଂଗଠାନ ସମ୍ପାଦକ ଶ୍ରୀମନ୍ତ ପାଣିଗ୍ରାହୀ, କୋଷାଧ୍ୟକ୍ଷ ଏମ୍ ଲାବଣ୍ୟ ପାତ୍ର, ସହ କୋଷାଧ୍ୟକ୍ଷ ସୁଦାମ ପାତ୍ର , ଉପ କୋଷାଧ୍ୟକ୍ଷ ସୁନିଲ ପାତ୍ର ଓ କୁରା ସେଠୀଙ୍କ ସହ ବହୁ ସଦସ୍ୟ ଉପସ୍ଥିତ ଥିଲେ।ସଞ୍ଜୀବ କୁମାର ପଟ୍ଟନାୟକ, ସଭାପତି, ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି, ବ୍ରହ୍ମପୁର।

Leave a Reply

Your email address will not be published. Required fields are marked *