ଅନନ୍ତ ବାସୁଦେବ ମନ୍ଦିର କମିଟିର ତୃତୀୟ ବାର୍ଷିକ ପୂଜ୍ୟପୂଜା ସମାରୋହ

ରଗଡି ୫। ୧୧: କୋରେଇ ବ୍ଲକ ଅନ୍ତର୍ଗତ ପଛିକୋଟ କାଚରାସାହି ନହଣକୂଳ ଗ୍ରାମରେ ବିଜେ ପ୍ରଭୁ ଶ୍ରୀ ଶ୍ରୀ ଅନନ୍ତ ବାସୁଦେବ ମନ୍ଦିର ପରିଚାଳନା କମିଟି ପକ୍ଷରୁ ତୃତୀୟ ବାର୍ଷିକ ପୂଜ୍ୟପୂଜା ସମାରୋହ ବୁଧବାର ଅନୁଷ୍ଠିତ ହୋଇଯାଇଛି। ମନ୍ଦିରରେ ମାସେବ୍ୟାପୀପବିତ୍ର କାର୍ତ୍ତିକ ପୂଜା ହୋମ ଯଜ୍ଞ ପରେ ଆଜି ପବିତ୍ର ପୂର୍ଣ୍ଣିମାରେ ଏହା ଉଦଯାପିତ ହୋଇଯାଇଛି। ଏହି ଅବସରରେ ମନ୍ଦିର ପରିଚାଳନା କମିଟି ତରଫରୁ ଗୁରୁପଜନ ସହିତ ଗ୍ରାମ୍ୟ ସଂସ୍କୃତି ପରମ୍ପରା ବଜାୟ ରଖିବାକୁ ପୂଜ୍ୟପୂଜା କାର୍ଯ୍ୟକ୍ରମ ଆୟୋଜନ କରାଯାଇ ବିଭିନ୍ନ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶିକ୍ଷାବିତ ମୃତ୍ୟୁଞ୍ଜୟ ସିଂହଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅବସର ପ୍ରାପ୍ତ ଶିକ୍ଷକ ମନୋଜ କୁମାର ବାରିକ ସ୍ୱାଗତ ଭାଷଣ ଓ ଶିକ୍ଷକ ମନୋଜ କୁମାର ଚକ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ବରିଷ୍ଠ ସାମ୍ବାଦିକ ତଥା ବାସ୍ତୁବିତ ଡ଼. ଚିନ୍ତାମଣି ପାଢ଼ୀ,ଅବସର ପ୍ରାପ୍ତ ଶିକ୍ଷକ ଚିନ୍ତାମଣି ରାଉଳ,ଶରତ କୁମାର ବାଇ,କଳ୍ପତରୁ ରାଉତ,ଅବସରପ୍ରାପ୍ତ ସ୍ୱାସ୍ଥ୍ୟ ପରିଦର୍ଶକ ଦୈତାରୀ ବାରିକ ପ୍ରମୁଖଙ୍କୁ କମିଟି ତରଫରୁ ମାନପତ୍ର, ପୁଷ୍ପଗୁଛ ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। କମିଟି ତରଫରୁ ସୂର୍ଯ୍ୟମଣି ରାଉତ, ପ୍ରଦୀପ କୁମାର ସାହୁ, ବିପିନ ବାରିକ, ତ୍ରିନାଥ ମହାନ୍ତି,ସୁକାନ୍ତ ବାରିକ, ନରେଶ କୁମାର ପୃଷ୍ଟି,ନାରାୟଣ ମହାନ୍ତି, ରବୀନ୍ଦ୍ର କୁମାର ସାହୁ,ଚିନ୍ତାମଣି ମହାରଣା, କୃଷ୍ଣଚନ୍ଦ୍ର ଜେନା,ଖଗେଶ୍ୱର ନାୟକ, ସୋମନାଥ ବାରିକ,ତପନ ବାରିକ, ଦୀପ୍ତି ବାରିକ,ଚିନ୍ମୟ ରାଉଳ, ବାବୁଲି ମହାନ୍ତି ପ୍ରଶାନ୍ତ ସାହୁ, କାଳନ୍ଦୀ ଦାଶ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *