ଖଜୁରୀପଡ଼ା ଥାନା ଆଇ,ଆଇ,ସି ଙ୍କ ଦାଦାଗିରି,ମାଡ଼ ମାରିବା ପ୍ରତିବାରେ ସ୍ଥାନୀୟ ଲୋକଙ୍କ ରାସ୍ତାରୋକ ଆନ୍ଦୋଳନ
ଫୁଲବାଣୀ:-୦୩/୧୦ – କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅଧିକାରୀଙ୍କ ସ୍ଥାନୀୟ ବ୍ୟବସାୟୀ ଙ୍କ ଉପରେ ଦାଦାଗିରି ମାଡ଼ ମାରିବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତେଜନା ସୃଷ୍ଟି ହୋଇ ବ୍ୟବସାୟୀ ଓ ସ୍ଥାନୀୟ ଲୋକ ଅଧିନଙ୍କ କାର୍ଯ୍ୟକୁ ବିରୋଧ କରି ତୁରନ୍ତ ବଦଳି କରିବା ଦାବିରେ ସ୍ଥାନୟୀ ବଜାର ଛକ ଥରେ ଟାୟାର ଜାଳି ରାସ୍ତା ରୋକ କରି ଆନ୍ଦୋଳନକୁ ଓଲ୍ହାଇ ଛନ୍ତି।ଘଟଣା ସ୍ଥଳରେ ଫୁଲବାଣୀ ଏସଡିପିଓ ମହେନ୍ଦ୍ରନାଥ ମୂର୍ମୁ ପହଞ୍ଚି ସ୍ଥିତି ଉପରେ ନଜର ରଖିଛନ୍ତି।ସୂଚନା ଯୋଗ୍ୟଯେ ରବିବାର ଦିନ ଥିଲା ଖଜୁରୀପଡ଼ା ସାପ୍ତାହିକ ହାଟ।କରନା କଟକଣା କୋହଳ ହେଲାପରେ ହାଟ ବଜାରରେ ଆଜିକାଲି ଅଧିକ ଜନଗହଳି ଦେଖିବାକୁ ମିଳୁଛି।ଥାନା ଅଧିକାରୀ ରମାକାନ୍ତ ପାତ୍ର ଆଜି ଏସବୁକୁ ଜାଣି ହଠାତ ପେଟ୍ରୋଲିମରେ ପହଞ୍ଚି ରାସ୍ତା କଡ଼ରେ ଥିବା ଉଠାଦୋକାନୀ ମାନଙ୍କୁ ଧମକ ଚମକ ଦେବା ଏଆମ୍ଭ କରିଥିଲେ।ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା।ଏଥିରେ ଥାନା ଅଧିକାରୀ ଉତକ୍ତ ହୋଇ ଜଣେ ବ୍ୟବସାୟୀଙ୍କ ଛଣା ଛୁଣି କଡେ଼ଇ ସହ ତେଲକୁ ଫିଙ୍ଗି ଦେଇଥିଲେ।ଏଥିରେ କିଛି ବ୍ୟବସାୟୀ ଆହତ ହୋଇଥିଲେ।ଏହାପରେ ବ୍ୟବସାୟୀ ଆଉ ସ୍ଥାନୀୟ ଲୋକଙ୍କ ମିଳିତରେ ପ୍ରତିବାଦରେ ସ୍ଥାନୀୟ ଛକରେ ଟାୟାର ଜାଳି ରାସ୍ତା ରୋକ କରିଥିଲେ।ଖବର ପାଇ ସେଠାରେ ଏସଡିପିଓ ଶ୍ରୀ ମୂର୍ମୁ ପହଞ୍ଚି ଉତେଜିତ ଲୋକଙ୍କୁ ବୁଝାସୁଝା କରି ଲିଖିତ ଅଭିଯୋଗ ଦେବାକୁ କହି ଓ ଏହାର ତଦନ୍ତ କରାଯାଇ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆନ୍ଦୋଳନ କାରୀଙ୍କୁ କହିଥିଲେ।ଏନେଇ ସ୍ଥାନୀୟ ଗଣମାଧ୍ୟମ ପ୍ରତିକ୍ରିୟା ନେବାକୁ କହିବାରୁ ଏସଡିପିଓ ମନା କରୁଥିଲେ ଫଳରେ ଗଣମାଧ୍ୟମ ପ୍ରତିନିଧି ଅସନ୍ତୋଷ ମନେକରି ଆନ୍ଦୋଳନ କାରୀଙ୍କ ଧାରଣାରେ ସାମିଲ ହୋଇଥିଲେ।ଥାନାର ଜଣେ ଅଧିକାରୀ ଙ୍କ କହିବା ଅନୁଯାୟୀ ଲୋକଙ୍କ ପ୍ରବଳ ଭିଡକୁ ଦେଖି ବ୍ୟବସାୟୀ ମାନଙ୍କୁ ଅଟକ କରାଯାଇଥିଲା ହେଲେ ସେମାନେ କିଛି ନଶୁଣି ବିରୋଧ କରିଥିଲେ।ବ୍ୟବସାୟୀ ଓ ସ୍ଥାନୀୟ ଲୋକ କହିବା ଅନୁସାରେ ଥାନା ଅଧିକାରୀ ହଟାତ ଆସି ଦୁର୍ବ୍ୟବହାର ପଦର୍ଶନ କରିଥିଲେ।ରିପୋର୍ଟ ଲେଖାହେଲା ବେଳକୁ ଘଟଣାର କିଛି ସମାଧାନ ହୋଇ ଥିଲା ଥାନା ଅଧିକରୀଙ୍କୁ ପ୍ରତିକ୍ରିୟା ପାଇଁ ଯୋଗାଯୋଗ କରିଥିଲେ ମଧ୍ୟ ଯୋଗାଯୋଗ ମିଳି ପାରିନଥିଲା।ଘଟଣାର ମୋଡ଼ କେଉଁ ଆଡ଼କୁ ଯାଉଛି ତାହା ଆଗକୁ ଦେଖାଯିବ।
ରିପୋର୍ଟ-ବୈଦ୍ୟନାଥ ବେହେରା, କନ୍ଧମାଳ।
