ବରୁଣେଇ ରଜ ର ଦ୍ଵିତୀୟ ସନ୍ଧ୍ୟା ରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲା ପରିଷଦ ଆଧ୍ୟକ୍ଷା ରୂପଶ୍ରୀ ରାଣୀ ଗୁମାନସିଂ

ବରୁଣେଇ ରଜ ମହୋତ୍ସଚ ର ଦ୍ଵିତୀୟ ସନ୍ଧ୍ୟା ରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲା ପରିଷଦ ଆଧ୍ୟକ୍ଷା ରୂପଶ୍ରୀ ରାଣୀ ଗୁମାନସିଂ, ଖୋର୍ଦ୍ଧା ପୌର ପରିଷଦ ର ଅଧ୍ୟକ୍ଷା କନକ ଲଷ୍ମୀ ମହାନ୍ତି, ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, ସମାଜ ସେବୀ ବାସନ୍ତୀ ମହାପାତ୍ର ପ୍ରମୁଖ ଅତିଥି ଉପସ୍ଥିତ ଥିଲେ।ଏହି ଅବସରରେ କିଟ ବିଶ୍ଵବିଦ୍ୟାଳୟ ଓଡ଼ିଆ ଭାଷା ସଂସ୍କୃତି ବିଭାଗ ର ନିର୍ଦ୍ଦେଶକ ରକ୍ଷକ ନାୟକ ଙ୍କୁ ସଂମ୍ମାନିତ କରାଯାଇ ଥିଲା।

ପଶା ଖେଳରେ ପ୍ରଭାକର ପ୍ରଧାନ ପ୍ରଥମ ପ୍ରଫୁଲ୍ଲ ମହାପାତ୍ର ଦ୍ଵିତୀୟ, ରଜ ଦୋଳିରେ ଆରାଧ୍ୟା ସଂପୂର୍ଣ୍ଣା ନାୟକ ପ୍ରଥମ ପୂଜାରାଣୀ ବାରିକ ଦ୍ଵିତୀୟ ଉର୍ମି ପ୍ରଧାନ ତୃତୀୟ ସ୍ଥାନ ଅଧିକାର କରିଥିଲେ। ମା ମଙ୍ଗଳା ପାଇକ ଆଖଡ଼ା କୁହୁଡି, ଆଦିକଳା ନିକେତନ ନୃତ୍ୟ କଲିକତା ସଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥାପନା କରିଥିଲେ।

Leave a Reply

Your email address will not be published. Required fields are marked *