ମା’ ଗଜଲକ୍ଷ୍ମୀଙ୍କ ଭସାଣି ଉତ୍ସବ
ହିଞ୍ଜିଳି ଅଞ୍ଚଳରେ ଚଳିତ ବର୍ଷ ମା’ ଗଜଲକ୍ଷ୍ମୀଙ୍କ ପୂଜା ଉତ୍ସବ କୁମାର ପୂର୍ଣ୍ଣିମା ଦିନଠାରୁ ଅନୁଷ୍ଠିତ ହୋଇଆସୁଥିବା ବେଳେ ଦୈନିକ ସନ୍ଧ୍ୟାରେ ପୂଜା ମଣ୍ଡପ ଗୁଡିକ ନିକଟରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଥିବା ବେଳେ ବିଭିନ୍ନ ସାଂସ୍କୃତିକ କାର୍ଯ୍ଯକ୍ରମ ସାଙ୍ଗକୁ ନାନା ପ୍ରକାର ସ୍ବାଦିଷ୍ଟ ଖାଦ୍ୟ ପଦାର୍ଥ ଶ୍ରଦ୍ଧାଳୁଙ୍କୁ ବଣ୍ଟନ କରାଯାଉଥିଲା। ତେବେ ଆଜିଅନ୍ତିମ ଦିନ ଅର୍ଥାତ ୧୦ ଦିନରେ ହିଞ୍ଜିଳି ବ୍ଲକ ଅନ୍ତର୍ଗତ ପୋଡ଼ଙ୍ଗୀ ଗ୍ରାମରେଶୁକ୍ରବାର ଦିନ ମା ଗଜଲକ୍ଷ୍ମୀ ଙ୍କ ଭସାଣି ଉତ୍ସବ ଯାକଯମକରେ ଅନୁଷ୍ଠିତ ହୋଇଯାଇଛି । ବାଦ୍ୟ ବାଜଣା ଓ ନାନା ବେଶ ପଟୁଆର ସହ ବାଣ ଫୁଟାଇ ମା’ଙ୍କୁ ଶୋଭାଯାତ୍ରାରେ ବିଦାୟ ଦେଇ ପୁଷ୍କରିଣୀରେ ବିସର୍ଜନ କରାଯାଇଥିଲା ।ଅନୁଷ୍ଠିତ ପୂଜାରେ ପୂଜା କମିଟି ତରଫରୁ ସଭାପତି -ଶ୍ରୀତାଂଶୁ ସାହୁ ଉପ ସଭାପତ-ତ୍ରିନାଥ ସାହୁ, କାରିଗର – ଜଗନ୍ନାଥ ଗୌଡ,ଗେହ୍ଲା ଗୌଡ, ପ୍ରସନ୍ନ ବେହେରା, ହନୁ ବେହେରା, ମାଧବ ବେହେରା,ସୁଧାଂଶୁ ସାହୁ , ସୁଶାନ୍ତ ବେହେରା ,ରାଜେନ୍ଦ୍ର ଗୌଡ , ରବୀନ୍ଦ୍ର ଗୌଡ, ସୁଚିତ୍ର ଗୌଡ, ପବିତ୍ର ଗୌଡ, ହିମାଂଶୁ ବେହେରା, ବିକରମ୍ ଗୌଡ , କାହୁଁ ଗୌଡ, ବିକରମ ବେହେରା, ମହେନ୍ଦ୍ର ପାଢୀ, ସୁରଜ ବେହେରା ଉପସ୍ଥିତ ରହି ଏହି ବର୍ଷ ମା ଗଜଲକ୍ଷ୍ମୀ ଙ୍କ ପୂଜା ବେଶ ଧୂମଧାମ ରେ ଓ ସୁଚାରୁରୂପେ ପାଳନ କରିଥିବାରୁ ଅଂଚଳବାସୀଙ୍କ ତରଫରୁ କମିଟିବୃନ୍ଦଙ୍କୁ ସାଧୁବାଦ ଜଣାଇଛନ୍ତି।
