ଲଗାଣ ବର୍ଷାରେ କୋଣାର୍କ ବେହାଲ୍କୋ

ବଙ୍ଗୋପସାଗରରେ ଲଘୁଚାପ ଜନିତ ଲଗାଣ ବର୍ଷାରେ କୋଣାର୍କ ଅବସ୍ଥା ବେହାଲ ହୋଇଥିବା ଦେଖିବାକୁ ମିଳିଛି। ଗୁରୁବାର ପୂର୍ବ ରାତି ସହ ଦିନ ତମାମ ଲଗାଣ ବର୍ଷା ଯୋଗୁଁ ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ପରିସରରେ ଆଣ୍ଠୁଏ ପାଣି ହୋଇଥିବା ଦେଖିବାକୁ ମିଳିଥିଲା। ଯାହା ଫଳରେ ପର୍ଯ୍ୟଟକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ମନ୍ଦିର ପରିସରରେ କୌଣସି ସ୍ଥାୟୀ ଡ୍ରେନେଜ୍ ବ୍ୟବସ୍ଥା ନଥିବାରୁ ପ୍ରତି ବର୍ଷ ଏପରି ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳୁଛି। ଯାହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏଥି ସହିତ କୋଣାର୍କ ନିକଟ ଅଞ୍ଚଳର ରାସ୍ତା ଘାଟ ଓ ବସ୍ତି ଗୁଡ଼ିକ ମଧ୍ଯ ଜଳବନ୍ଦୀ ହୋଈ ଜନ ଜୀବନ ଅସ୍ତବ୍ୟସ୍ତ ସୃଷ୍ଟି କରିଛି। ଜ୍ଞାନ ରଞ୍ଜନ ବିଶ୍ଵାଳ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *