ଚନ୍ଦ୍ରଭାଗାରେ ଆନ୍ତର୍ଜାତୀୟ ବେଳାଭୂମି ସଫେଇ ଦିବସ ପାଳିତ।

କୋଣାର୍କ,୧୯.୦୯ – ଅନ୍ତର୍ଜାତୀୟ ବେଳାଭୂମି ସଫେଇ ଦିବସ ଅବସରରେ ଚନ୍ଦ୍ରଭାଗାରେ ସ୍ବଛ ସାଗର ଓ ସୁରକ୍ଷିତ ସାଗର ବାର୍ତ୍ତାରେ ଏକ ସଚେତନତା ଓ ସଫେଇ କାର୍ଯ୍ୟକ୍ରମ ଶନିବାର ସକାଳେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ପ୍ରଦୂଷଣ ନୀୟନ୍ତ୍ରଣ ବୋର୍ଡ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥିଭାବେ କୋଣାର୍କ ପର୍ଯ୍ୟଟନ ଅଧିକାରୀ ମାମିନି ପରିଡା ଯୋଗ ଦେଇ ଆମ ବେଳାଭୂମିର ସୁରକ୍ଷା ଓ ସଂରକ୍ଷଣ ଆମ କର୍ତବ୍ୟ ବୋଲି ମତ ପୋଷଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଜାତୀୟ ସବୁଜ ବାହିନୀର ସଂଯୋଜକ ପ୍ରଧାନ ଶିକ୍ଷକ ରାମକୃଷ୍ଣ ମହାନ୍ତି, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବରିଷ୍ଠ ପରିବେଶ ଯନ୍ତ୍ରୀ ବିଜୟ କୁମାର ସେଠୀ, ସହକାରୀ ପରିବେଶ ବିଜ୍ଞାନୀ ସ୍ମୃତି ରଞ୍ଜନ ପ୍ରଧାନ, ସ୍ଵlତିଶ୍ରି ସାମଲ, କାର୍ତ୍ତିକ ବେହେରା, ଅମୃତ ତ୍ରିପାଠୀ, ପିନାକୀ ନାୟକ, ଜୟନ୍ତ କୁମାର ରାୟ ଓ ସମାଜସେବୀ ମନୋଜ କୁମାର ନାୟକ ପ୍ରମୁଖ ଯୋଗଦେଇ ଦିନକୁ ଦିନ ସମୁଦ୍ର ବେଳାଭୂମି ପ୍ରଦୂଷିତ ହେବାରେ ଲାଗିଛି ଆମ ବେଳାଭୂମିକୁ ସ୍ଵଚ୍ଛ ରଖିଲେ ପରିବେଶ ସୁସ୍ଥ ରହିବ ବୋଲି ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର ୩୦୦ ଛାତ୍ରଛାତ୍ରୀମାନେ ସାମିଲ ହୋଇ ଚନ୍ଦ୍ରଭାଗା ବେଳାଭୂମିକୁ ସଫେଇ କରିଥିଲେ । ଏହି ପରିପ୍ରେକ୍ଷୀରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଛାତ୍ରୀ ମାନଙ୍କୁ ନେଇ ପରିବେଶ ସଂରକ୍ଷଣ ବିଷୟରେ ସାଧାରଣ ଜ୍ଞାନ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଚେକ ମାଧ୍ୟମରେ ଅର୍ଥ ରାଶି ଓ ଟ୍ରଫି ପ୍ରଦାନ କରାଯାଇଥିଲା।

Leave a Reply

Your email address will not be published. Required fields are marked *