ଲକ୍ଷ୍ମୀ ବସ ଦୁର୍ଘଟଣା ରେ ମୃତ ବ୍ୟକ୍ତିଙ୍କ ପରିବାର କୁ ସରକାରୀ ସହାୟତା ରାଶି ପ୍ରଦାନ
ଧରାକୋଟ :-୧୮/୦୬ ଧରାକୋଟ ବ୍ଲକ ତଥା ବଡଗଡ ଥାନା ଅନ୍ତର୍ଗତ ମଛାକୋଟ ପଞ୍ଚାୟତ ର ଘାଇ ଛକ ଠାରେ ଗତ ସୋମବାର ଦିନ ଘଟିଥିବା ଲକ୍ଷ୍ମୀ ବସ ଦୁର୍ଘଟଣାରେ କାର୍ତ୍ତିକ ନାୟକ ଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇବା ସହ ଉତ୍ୟକ୍ତ ଲୋକେ କ୍ଷତି ପୂରଣ ଦାବିରେ ରାସ୍ତାରୋକ କରିଥିଲେ । ଘଟଣା ସ୍ଥଳରେ ବଡଗଡ ପୋଲିସ,ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ଓ ରାଜସ୍ବ ବିଭାଗ ପଦାଧିକାରୀ ପହଞ୍ଚି ଲୋକଙ୍କୁ ବୁଝା ସୁଝା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା । ଆଜି ପ୍ରତିଶ୍ରୁତି ମୁତାବକ ଧରାକୋଟ ଅତିରିକ୍ତ ତହସିଲଦାର ଗଣେଶ ଦଳେଇ, ମାଣିକ୍ୟପୁର ରାଜସ୍ବ ନିରୀକ୍ଷକ ଏସ ଜାଗେୟା,ଅତିରିକ୍ତ ରାଜସ୍ବ ନିରୀକ୍ଷକ ସୁଶାନ୍ତ କୁମାର ପୂଜାରୀ ପ୍ରମୁଖ ଶୋକ ସନ୍ତପ୍ତ ପରିବାର ନିକଟରେ ପହଞ୍ଚି ସମବଦେନା ଜଣାଇବା ସହ ରେଡକ୍ରସ ସହାୟତା ପାଣ୍ଠିର ମଞ୍ଜୁର ଆର୍ଥିକ ସହାୟତା ରାଶି ମୃତକଙ୍କ ପତ୍ନୀ ପ୍ରମିଳା ନାୟକଙ୍କୁ ପ୍ରଦାନ କରିଥିଲେ। ଏହାସହ ପଞ୍ଚାୟତ ତରଫରୁ ହରିଶ୍ଚନ୍ଦ୍ର ସହାୟତା ରାଶି ମଧ୍ୟ ପ୍ରଦାନ କରାଯାଇଥିଲା ।
