ବିପର୍ଯ୍ୟୟ ମୁକାବିଲା ଟେବୁଲ ଟପ୍ Exercise ବୈଠକ ଅନୁଷ୍ଠିତ

ବିପର୍ଯ୍ୟୟ ମୁକାବିଲା ଟେବୁଲ ଟପ୍ Exercise ବୈଠକ ଅନୁଷ୍ଠିତ।ପୁରୀ ୧୮/୬ ପ୍ରାକୃତିକ ବିପର୍ଯ୍ୟୟ ଯେ କୌଣସି ସମୟରେ ଆସିପାରେ।ଆମେ ତାକୁ ରୋକି ପାରିବା ନାହିଁ।କିନ୍ତୁ ସତର୍କତା, ସଚେତନତା ଓ ପୂର୍ବ ପ୍ରସ୍ତୁତି ଧନଜୀବନ ହାନି ଓ କ୍ଷୟକ୍ଷତି କୁ ରୋକିବା ସହ ବିପର୍ଯ୍ୟୟ କୁ ପ୍ରଶମିତ କରିବାରେ ସହାୟକ ହୋଇଥାଏ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା।ଆଜି ପୂର୍ବାହ୍ନରେ ସର୍କିଟ ହାଉସ ଠାରେ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଙ୍କ ମିଳିତ ସହଯୋଗରେ ଜିଲ୍ଲା ସ୍ତରୀୟ ଟେବୁଲ ଟପ୍ Exercise ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା ବନ୍ୟା, ବାତ୍ୟା ପୁରୀ ଜିଲ୍ଲାରେ ପ୍ରତି ବର୍ଷ ହେଉ ଥିବାରୁ ସମସ୍ତେ ଏଥିରେ ପ୍ରଭାବିତ ହୋଇଥାନ୍ତି। ତେଣୁ ସମୟ ଆସିଛି ସମସ୍ତ ଅଭିଜ୍ଞତା, ଅନୁଭବ, ବୈଷୟିକ ଓ ବୈଜ୍ଞାନିକ ପଦ୍ଧତି ଆଧାରରେ ବିପର୍ଯ୍ୟୟ ପ୍ରତି ସତର୍କ ରହିବା ସହ ମିଳିତ ମୁକାବିଲା କରିବାକୁ ସେ ମତ ଦେଇଥିଲେ ।

ଶ୍ରୀମତୀ ସୁସ୍ମିତା ବେହେରା Executive Director, OSDMA ରାଜ୍ୟ ପର୍ଯ୍ୟବେକ୍ଷକ ଭାବେ ଜିଲ୍ଲା ସ୍ତରୀୟ ବୈଠକରେ ଏବଂ ସତ୍ୟବାଦୀ ବ୍ଲକ ସ୍ତରୀୟ ବୈଠକରେ ଯୋଗଦାନ କରିଥିଲେ ଏବଂ ତାଙ୍କର ମତ ପ୍ରଦାନ କରିଥିଲେ। ବିଭିନ୍ନ ବିଭାଗର ଅଧିକାରୀ ମାନେ ବିଭିନ୍ନ ବିପର୍ଯ୍ୟୟ ଓ ସେମାନଙ୍କ ବିଭାଗର କାର୍ଯ୍ୟପନ୍ଥା ସମ୍ପର୍କରେ ବିଷଦ ଭାବେ ଆଲୋଚନା କରିଥିଲେ। ଆସନ୍ତା କାଲି ତଥା ୧୯ ତାରିଖରେ ଜିଲ୍ଲା ର ସମସ୍ତ ବାତ୍ୟା / ବନ୍ୟା ଆଶ୍ରୟ ସ୍ଥଳି ରେ ମକ ଡ୍ରିଲ ଅନୁଷ୍ଠିତ ହେବ।ମକ ଡ୍ରିଲ ହେଉଛି ଏକ ଅଭ୍ୟାସ।ଯାହା ବିପର୍ଯ୍ୟୟ ପୂର୍ବରୁ, ବିପର୍ଯ୍ୟୟ ସମୟ ଓ ବିପର୍ଯ୍ୟୟ ପରେ ବିଭିନ୍ନ ଉଦ୍ଧାର, ସହଯୋଗ, ଥଇଥାନ ଇତ୍ୟାଦି ର ପ୍ରସ୍ତୁତି ଓ ବ୍ୟବହାର ରେ ଲାଗୁଥିବା ଯନ୍ତ୍ରପାତି ଗୁଡିକ ର ସ୍ଥିତି ଓ ମରାମତି ସମ୍ପର୍କରେ ବ୍ୟବସ୍ଥା ହୋଇଥାଏ।ପୂର୍ବରୁ ପୂର୍ବାହ୍ନରେ ଜିଲ୍ଲା ର ସମସ୍ତ ବ୍ଲକ୍ ଓ municipality ଓ ବିଜ୍ଞାପିତ ଅଳରେ ପରିଷଦ ଠାରେ ମାନଙ୍କ ରେ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ଚଳିତ ମାସ ୧୯ ତାରିଖରେ ପ୍ରତ୍ୟେକ ବ୍ଲକ , ସମସ୍ତ ବନ୍ୟା ଓ ବାତ୍ୟା ଆଶ୍ରୟ ସ୍ଥଳ ମାନଙ୍କ ରେ ହେବାକୁ ଥିବା ମକ ଡ୍ରିଲ ସମ୍ପର୍କରେ ଆଲୋଚନା କରାଯାଇ ଏହି ପ୍ରସ୍ତୁତି କୁ ସଠିକ ଭାବେ ପରିଚାଳନା କରିବାକୁ ପରାମର୍ଶ ଦିଆଯାଇଥିଲା।ଏଥିରେ ବିଭିନ୍ନ ବ୍ଲକ ର ଲୋକ ପ୍ରତିନିଧି,ବନ୍ୟା, ବାତ୍ୟା ଆଶ୍ରୟ ସ୍ଥଳର ସଭାପତି, ସମ୍ପାଦକ ମାନେ ଯୋଗ ଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ସମସ୍ତ ବିଡ଼ିଓ, ତହସିଲଦାର, ଜିଲ୍ଲାର ସମସ୍ତ ଏନ ଏ ସି ନିର୍ବାହୀ ଅଧିକାରୀ, ଜରୁରୀ ବିଭାଗର ଡେପୁଟି କଲେକ୍ଟର ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ଆସିଷ୍ଟାଣ୍ଟ କଲେକ୍ଟର ପଞ୍ଚାନନ ପରିଜା, ଡିପିଓ ସୁକାନ୍ତ କୁମାର ଦାଶ ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ।ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ୧୭୯ ଗୋଟି ବହୁମୁଖୀ ଆଶ୍ରୟ ସ୍ଥଳରେ ଏହି ମକଡ୍ରିଲ ଆୟୋଜନ କରାଯିବ ବୋଲି ଡିପିଓ ଶ୍ରୀ ଦାଶ ସୂଚନା ଦେଇଥିଲେ।

Leave a Reply

Your email address will not be published. Required fields are marked *