ଗଡ଼ଅଣ୍ଡିଆରେ ଗଜଲକ୍ଷ୍ମୀ ପୂଜା ପାଳିତ
।ପୁରୀ ଜିଲ୍ଲା ନିମାପଡା ଗଡ଼ଅଣ୍ଡିଆ ଠାରେ 69 ତମ ଗଜଲକ୍ଷ୍ମୀ ପୂଜା ପାଳିତ ହେଉଛି।କୁମାର ପୁର୍ଣିମା ଦିନ କୁଶଭଦ୍ରା ନଦୀରୁ ପରମ୍ପାରିକ ରୀତିନୀତି ଅନୁସାରେ ପାଣି ତୋଳା କାର୍ଯ୍ୟ ସମ୍ପାଦନ ହୋଇ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା।ମାଙ୍କ ଆଗମନରେ ଚଳଚଞ୍ଚଳ ହୋଇ ଉଠୁଛି ନିମାପଡା ଅଞ୍ଚଳ। ବିଶେଷ କରି ଗଡ଼ଅଣ୍ଡିଆ ପୂଜା କମିଟି 1961 ମସିହାରୁ ମାଙ୍କ ପୂଜା କରି ଆସୁଛନ୍ତି। ବଙ୍ଗୀୟ ପରମ୍ପରାରେ ଏଠାରେ ମାଙ୍କର ପୂଜାର୍ଚ୍ଚନା କରା ଯାଇଥାଏ। ପୂଜା ମଣ୍ଡପକୁ ବିଭିନ୍ନ ଆଲୋକ ମାଳାରେ ସୁସଜ୍ଜିତ କରା ଯାଇଛି। ନଅ ଦିନ ଧରି ଭକ୍ତ ମାନଙ୍କୁ ମା ଦର୍ଶନ ଦେବେ।ଗଡ଼ଅଣ୍ଡିଆ ଗ୍ରାମ ମଙ୍ଗଳ ସମିତିର ସମସ୍ତ ସଦସ୍ୟ ମାନେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଛନ୍ତି। ଆସନ୍ତା ନଅ ଦିନ ଧରି ବିଭିନ୍ନ କ୍ଳବ ସେମାନଙ୍କ ନାଟକ ପରିବେଷଣ କରିବେ।ଏଥରର ମୁଖ୍ୟ ଆକର୍ଷଣ ରହିବେ ସ୍ୱୟଂ ପାଢ଼ୀ ପ୍ରଜ୍ଞା ହୋତା ଗ୍ରୁପ। ଆସନ୍ତା ବୁଧବାର ଅପରାହ୍ନରେ ମା ଙ୍କ ପାଖରେ ଅଧରପଣା ପୂର୍ଣ୍ଣାହୂତି କରାଯାଇ ବିସର୍ଜନ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆ ଯାଇଛି। ଆସନ୍ତା ମଙ୍ଗଳବାର ଦିନ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କାର୍ଯ୍ୟକ୍ରମରେ ଯୋଗ ଦେବା ସହ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯିବାର କାର୍ଯ୍ୟକ୍ରମ ରହିଛି।ଚଳିତ ପୂଜାରେ କର୍ତ୍ତା ଭାବରେ ବିଚିତ୍ରାନନ୍ଦ ପାତ୍ର କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ଗ୍ରାମର ନେତୃତ୍ୱ ସୁବାଷ ଚନ୍ଦ୍ର ପାତ୍ର କିରଣ ପଟ୍ଟନାୟକ ଦିଲ୍ଲୀପ ପାତ୍ର ପୁର୍ଣ୍ଣେନ୍ଦୁ ଜେନା ନିରଞ୍ଜନ ପରିଜା ପ୍ରମୁଖଙ୍କ ତତ୍ଵାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।
