ଗୋଦାମ ଗୃହର ଶୁଭ ଉଦଘାଟନ ଉତ୍ସବ ଅନୁଷ୍ଠିତ
– ଜଗତସିଂହପୁର ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ସୁଜଙ୍ଗ ଠାରେ ମାର୍କଣ୍ଡପୁର ବହୁମୁଖୀ ଗୋଦାମ ଗୃହର ଶୁଭ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ମୁଖ୍ୟ ଅତିଥି ଭାବରେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ, ଉପ ଜିଲ୍ଲାପାଳ ପ୍ରଦୀପ ସାହୁଙ୍କ ସହିତ ନିୟନ୍ତ୍ରିତ ବଜାର କମିଟି ର ସଦସ୍ୟ ମାନଙ୍କ ଉପସ୍ଥିତ ରେ ଏହି ଗୋଦାମ ଗୃହ ଉଦଘାଟନ କରାଯାଇଛି । ତେବେ ଚାଷୀ ମାନଙ୍କ ପାଇଁ ଏହି ଗୋଦାମ ଗୃହ ନିର୍ମାଣ କରାଯାଇଥିବା ବେଳେ ଆଗାମୀ ଦିନରେ ଚାଷୀମାନେ ଏହା ଦ୍ବାରା ଉପକୃତ ହୋଇପାରିବେ ବୋଲି ବିଧାୟକ କହିଛନ୍ତି । ତେବେ ଆଗାମୀ ଦିନରେ ଚାଷୀ ତାର ଉତ୍ପାଦନ ଶସ୍ୟ ଧାନ, ମୁଗ, ବିରି, କୋଳଥ ଓ ମାଣ୍ଡିଆ ଆଦି ସୁରକ୍ଷିତ ରଖିବା ସହିତ ଚାଷୀ ଲାଭବାନ ହୋଇ ପାରିବ ବୋଲି ବିଧାୟକ କହିଛନ୍ତି ।
