ଦେଶରେ ସ୍ୱାଭାବିକ ରହିଛି ଏଲପିଜି ଯୋଗାଣ: ଗୋଟିଏ ଦିନରେ ୫୦.୫ ଲକ୍ଷରୁ ଅଧିକ ସିଲିଣ୍ଡର ବିତରଣ

ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଉତ୍ତେଜନାମୂଳକ ପରିସ୍ଥିତି ଦେଶର ଯୋଗାଣ ଶୃଙ୍ଖଳକୁ ପ୍ରଭାବିତ କରିପାରିନାହିଁ । ସରକାରଙ୍କ ଆଗୁଆ ପ୍ରସ୍ତୁତି ଏବଂ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଦେଶର ଶକ୍ତି ସୁରକ୍ଷାକୁ ନିରନ୍ତର ରଖିବାରେ ସହାୟକ ହୋଇଛି । ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ପକ୍ଷରୁ ଜାରି ପ୍ରେସ ବାର୍ତ୍ତାରେ ଏ ବିଷୟକୁ ଗୁରୁତ୍ୱ ଦିଆଯାଇଛି । ଆଜି ଜାରି କରାଯାଇଥିବା ସଦ୍ୟ ସୂଚନା ଅନୁସାରେ, ଗତକାଲି ୫୦.୫ ଲକ୍ଷରୁ ଅଧିକ ଘରୋଇ ଏଲପିଜି ସିଲିଣ୍ଡର ବିତରଣ କରାଯାଇଛି । ସେହିପରି ମାର୍ଚ୍ଚ ୨୦୨୬ ରୁ ଏପର୍ଯ୍ୟନ୍ତ ପ୍ରାୟ ୪.୬୮ ଲକ୍ଷ ପିଏନଜି ସଂଯୋଗ କାର୍ଯ୍ୟକାରୀ ହୋଇଛି ଏବଂ ୫.୨୩ ଲକ୍ଷ ଗ୍ରାହକ ନୂତନ ସଂଯୋଗ ପାଇଁ ପଞ୍ଜୀକୃତ ହୋଇଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।ଆଜି ନ୍ୟାସନାଲ ମିଡିଆ ସେଣ୍ଟରରେ ଏକ ମିଡିଆ ବ୍ରିଫିଂ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ, ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଅଧିକାରୀମାନେ ଇନ୍ଧନର ଉପଲବ୍ଧତା, ସାମୁଦ୍ରିକ କାର୍ଯ୍ୟକଳାପ, ସେହି ଅଞ୍ଚଳରେ ଥିବା ଭାରତୀୟ ନାଗରିକମାନଙ୍କୁ ସହାୟତା ଏବଂ ସାମଗ୍ରିକ ସ୍ଥିରତା ବଜାୟ ରଖିବା ପାଇଁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଏହି ସୂଚନା ପ୍ରଦାନ ବେଳେ ଦେଶର ଅବଶ୍ୟକତା ଅନୁସାରେ ଶକ୍ତି ଯୋଗାଣ, ଇନ୍ଧନର ଉପଲବ୍ଧତା, ନାଗରିକ ସଚେତନତା, ସରକାରୀ ସ୍ତରରେ ପ୍ରସ୍ତୁତି, କଳାବଜାରୀ ରୋକିବା ପାଇଁ ବିହିତ କାର୍ଯ୍ୟାନୁଷ୍ଠାନ, ହର୍ମୁଜ ପ୍ରଣାଳୀ ବିଷୟରେ ବିସ୍ତୃତ ବିବରଣୀ ରଖାଯାଇଥିଲା ।ଶକ୍ତି ଯୋଗାଣ ଏବଂ ଇନ୍ଧନ ଉପଲବ୍ଧତାହର୍ମୁଜ ପ୍ରଣାଳୀ ସହିତ ଜଡ଼ିତ ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ସାରା ଦେଶରେ ପେଟ୍ରୋଲିୟମ ଉତ୍ପାଦ ଏବଂ ଏଲପିଜିର ନିରନ୍ତର ଉପଲବ୍ଧତା ନିଶ୍ଚିତ କରିବାକୁ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ପଦକ୍ଷେପ ନେଉଛନ୍ତି। ମନ୍ତ୍ରଣାଳୟ ଅନୁଯାୟୀ, ସରକାର ପେଟ୍ରୋଲ, ଡିଜେଲ ଏବଂ ଏଲପିଜି ର ଉପଲବ୍ଧତା ନିଶ୍ଚିତ କରିବାକୁ ସମସ୍ତ ପ୍ରୟାସ କରୁଥିବାରୁ ନାଗରିକମାନଙ୍କୁ ଭୟଭୀତ ହୋଇ ଏଗୁଡ଼ିକୁ ଅଧିକ ପରିମାଣରେ କ୍ରୟ ନକରିବାକୁ ପରାମର୍ଶ ଦିଆଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ଗୁଜବରୁ ଦୂରେଇ ରହିବା ଏବଂ ସଠିକ୍ ସୂଚନା ପାଇଁ ସରକାରୀ ସୂତ୍ର ଉପରେ ଭରସା କରିବାକୁ ପରାମର୍ଶ ଦିଆଯାଇଛି. ଏଲପିଜି ଗ୍ରାହକମାନଙ୍କୁ ଡିଜିଟାଲ୍ ବୁକିଂ ପ୍ଲାଟଫର୍ମ ବ୍ୟବହାର କରିବାକୁ ଏବଂ ବିତରକଙ୍କ ନିକଟକୁ ଯିବାକୁ ବାରଣ କରାଯାଇଛି। ସାଧାରଣ ନାଗରିକଙ୍କୁ ପିଏନଜି ଏବଂ ବୈଦ୍ୟୁତିକ ରୋଷେଇ ଉପକରଣ କିମ୍ବା ଇଣ୍ଡକସନ୍ କୁକଟପ୍ ପରି ବିକଳ୍ପ ବ୍ୟବହାର କରିବାକୁ ଉତ୍ସାହିତ କରାଯାଉଛି। ବର୍ତ୍ତମାନର ପରିସ୍ଥିତିରେ ନିଜର ଦୈନନ୍ଦିନ ବ୍ୟବହାରରେ ଶକ୍ତି ସଞ୍ଚୟ କରିବାକୁ ସମସ୍ତ ନାଗରିକଙ୍କୁ ଅନୁରୋଧ କରାଯାଇଛି।ସରକାରୀ ପ୍ରସ୍ତୁତି ଏବଂ ଯୋଗାଣ ପରିଚାଳନା ପଦକ୍ଷେପ:ସାମ୍ପ୍ରତିକ ଭୂ-ରାଜନୈତିକ ସ୍ଥିତି ସତ୍ତ୍ୱେ, ସରକାର ଘରୋଇ ଏଲପିଜି, ଘରୋଇ ପିଏନଜି ଏବଂ ସିଏନଜି (ପରିବହନ) କୁ ୧୦୦% ଯୋଗାଣ ନିଶ୍ଚିତ କରିଛନ୍ତି।ବ୍ୟବସାୟିକ ଏଲପିଜି ପାଇଁ ଡାକ୍ତରଖାନା, ଶିକ୍ଷାନୁଷ୍ଠାନଗୁଡ଼ିକୁ ପ୍ରାଥମିକତା ଦିଆଯାଇଛି। ଏହା ବ୍ୟତୀତ ଫାର୍ମା, ଇସ୍ପାତ, ଅଟୋମୋବାଇଲ୍, ବିହନ, କୃଷି ଇତ୍ୟାଦିକୁ ମଧ୍ୟ ପ୍ରାଥମିକତା ଦିଆଯାଇଛି। ଏହା ସହିତ, ପ୍ରବାସୀ ଶ୍ରମିକମାନଙ୍କୁ ୫ କିଲୋଗ୍ରାମ ସିଲିଣ୍ଡର ଯୋଗାଣ ମଧ୍ୟ ୨୦୨୬ ମାର୍ଚ୍ଚ ୨ ଏବଂ ୩ ତାରିଖର ହାରାହାରି ଦୈନିକ ଯୋଗାଣ ତୁଳନାରେ ଦ୍ୱିଗୁଣିତ କରାଯାଇଛି। ସରକାର ଯୋଗାଣ ଏବଂ ଚାହିଦା ଉଭୟ କ୍ଷେତ୍ରରେ ଅନେକ ଯୁକ୍ତିଯୁକ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି, ଯେଉଁଥିରେ ରିଫାଇନାରୀ ଉତ୍ପାଦନ ବୃଦ୍ଧି, ସହରାଞ୍ଚଳରେ ବୁକିଂ ବ୍ୟବଧାନ ୨୧ ରୁ ୨୫ ଦିନକୁ ଏବଂ ଗ୍ରାମାଞ୍ଚଳରେ ୪୫ ଦିନ ପର୍ଯ୍ୟନ୍ତ ବୃଦ୍ଧି କରିବା ଏବଂ ଯୋଗାଣ ପାଇଁ କ୍ଷେତ୍ରଗୁଡ଼ିକୁ ପ୍ରାଥମିକତା ଦେବା ଅନ୍ତର୍ଭୁକ୍ତ।ଏଲପିଜି ଚାହିଦା ଉପରେ ଚାପ କମାଇବା ପାଇଁ କିରୋସିନ ଏବଂ କୋଇଲା ଭଳି ବିକଳ୍ପ ଇନ୍ଧନ ଉପଲବ୍ଧ କରାଯାଉଥିବା ସୂଚନାଦିଆଯାଇଛି . କୋଇଲା ମନ୍ତ୍ରାଳୟ କୋଲ୍ ଇଣ୍ଡିଆ ଏବଂ ସିଙ୍ଗାରେନି କଲିଅରିଜକୁ କ୍ଷୁଦ୍ର ଏବଂ ମଧ୍ୟମ ଗ୍ରାହକଙ୍କୁ ବିତରଣ ପାଇଁ ରାଜ୍ୟଗୁଡ଼ିକୁ ଅତିରିକ୍ତ କୋଇଲା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛି।ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସହିତ ସମନ୍ୱିତ ପ୍ରୟାସ ଏବଂ ସାଂସ୍ଥାନିକ ବ୍ୟବସ୍ଥା:ଅତ୍ୟାବଶ୍ୟକ ସାମଗ୍ରୀ ଅଧିନିୟମ- ୧୯୫୫ ଏବଂ ଏଲପିଜି ନିୟନ୍ତ୍ରଣ ଆଦେଶ- ୨୦୦୦ ଅଧୀନରେ ରାଜ୍ୟ ସରକାରମାନେ ଯୋଗାଣ ଉପରେ ନଜର ରଖିବା ଏବଂ କଳାବଜାରୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କ୍ଷମତାପ୍ରାପ୍ତ। ଏଣୁ ଏଭଳି ପରିସ୍ଥିତିରେ ରାଜ୍ୟ ଓ କେନ୍ଦ୍ର ସରକାର ଗୋଟି ୟୁନିଟ ଭଳି କାର୍ଯ୍ୟ କରିବାକୁ ପରାମର୍ଶ ଦିଆଯାଇଛି. ପେଟ୍ରୋଲ, ଡିଜେଲ ଏବଂ ଏଲପିଜି ସମେତ ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ସ୍ଥିତିର ଅନୁଧ୍ୟାନ ଏବଂ ନିୟନ୍ତ୍ରଣ ପାଇଁ ଭାରତ ସରକାର ବିଭିନ୍ନ ଚିଠି ଏବଂ ଭିସି ମାଧ୍ୟମରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସହ ସମନ୍ବୟକୁ ସୁଦୃଢ଼ କରୁଛନ୍ତି. ପର୍ଯ୍ୟାପ୍ତ ଇନ୍ଧନ ଉପଲବ୍ଧତା ସମ୍ପର୍କରେ ନାଗରିକଙ୍କୁ ଆଶ୍ୱାସନା ଦେବା ପାଇଁ ଭାରତ ସରକାର ୨୭.୦୩.୨୦୨୬ ଏବଂ ୦୨.୦୪.୨୦୨୬ ତାରିଖର ପତ୍ର ମାଧ୍ୟମରେ ସକ୍ରିୟ ଜନସାଧାରଣ ସଂଚାର ଉପରେ ଗୁରୁତ୍ୱ ଦେଇଛନ୍ତି। ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ସହିତ ନିୟମିତ ସମୀକ୍ଷା ବୈଠକ ଅନୁଷ୍ଠିତ ହେଉଛି। ଏହି ପରିପ୍ରେକ୍ଷୀରେ, ୦୨.୦୪.୨୦୨୬ (MoPNG ସଚିବଙ୍କ ଅଧ୍ୟକ୍ଷତାରେ) ଏବଂ ୦୬.୦୪.୨୦୨୬ (MoPNG ସଚିବ ଏବଂ ସୂଚନା ଓ ପ୍ରସାରଣ ତଥା ଉପଭୋକ୍ତା ବ୍ୟାପାର ସଚିବଙ୍କ ଅଧ୍ୟକ୍ଷତାରେ) ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ନିମ୍ନଲିଖିତ ବିଷୟ ଉପରେ ଗୁରୁତ୍ୱ ଦିଆଯାଇଥିଲା:• ଦୈନିକ ପ୍ରେସ ବ୍ରିଫିଂ ଏବଂ ନିୟମିତ ସାର୍ବଜନୀନ ପରାମର୍ଶ ଜାରି କରିବା।• ସୋସିଆଲ ମିଡିଆରେ ମିଥ୍ୟା ଖବର ତଥା ବିଭ୍ରାନ୍ତିକର ସୂଚନାକୁ ସକ୍ରିୟ ଭାବେ ନଜର ରଖିବା ଏବଂ ଏହାର ମୁକାବିଲା କରିବା।• ଜିଲ୍ଲା ପ୍ରଶାସନ ଦ୍ୱାରା ଦୈନିକ ପ୍ରବର୍ତ୍ତନ ଅଭିଯାନକୁ ତୀବ୍ର କରିବା ଏବଂ ତୈଳ ବିପଣନ କମ୍ପାନୀ ଗୁଡ଼ିକ ସହିତ ସମନ୍ୱୟ ରକ୍ଷା କରି ଚଢ଼ାଉ ଏବଂ ଯାଞ୍ଚ ଜାରି ରଖିବା।• ନିଜ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ବ୍ୟବସାୟିକ ଏଲପିଜି ଆବଣ୍ଟନ ଆଦେଶ ଜାରି କରିବା।• ରାଜ୍ୟଗୁଡ଼ିକୁ ଆବଣ୍ଟିତ ଅତିରିକ୍ତ କିରୋସିନ ପାଇଁ ଆବଣ୍ଟନ ଆଦେଶ ଜାରି କରିବା।• ପିଏନଜି ଗ୍ରହଣ ଏବଂ ବିକଳ୍ପ ଇନ୍ଧନକୁ ପ୍ରୋତ୍ସାହିତ କରିବା।• ଯୋଗାଣ ସ୍ଥିରତା ନିଶ୍ଚିତ କରିବାକୁ ୫ କିଲୋଗ୍ରାମ ଏଫଟିଏଲ ସିଲିଣ୍ଡରର ଲକ୍ଷ୍ୟଧାର୍ଯ୍ୟ ବିତରଣ।• ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ କଳାବଜାରୀ ରୋକିବା ପାଇଁ କଣ୍ଟ୍ରୋଲ ରୁମ୍ ଏବଂ ଜିଲ୍ଲା ମନିଟରିଂ କମିଟି ଗଠନକୁ ଗୁରୁତ୍ୱ ଦିଆଯାଇଥିଲା. କଳାବଜାରୀ ରୋକିବାକୁ କାର୍ଯ୍ୟାନୁଷ୍ଠାନ:ଏଲପିଜି କଳାବଜାରୀ ରୋକିବା ପାଇଁ ସାରା ଦେଶରେ ବ୍ୟାପକ ଚଢ଼ାଉ ଜାରି ରହିଛି। ଏପ୍ରିଲ ୧୬.୬ ରେ ୨୯୦୦ ରୁ ଅଧିକ ଚଢ଼ାଉ କରାଯାଇଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି. ସରକାରୀ ତୈଳ ବିପଣନ କମ୍ପାନୀଗୁଡ଼ିକ ମଧ୍ୟ ଆକସ୍ମିକ ଯାଞ୍ଚକୁ କଡ଼ାକଡ଼ି କରିଛନ୍ତି ଏବଂ ଗତକାଲି ସୁଦ୍ଧା ୨୫୫ ଟି ଏଲପିଜି ବିତରକ ସଂସ୍ଥା ଉପରେ ଜରିମାନା କରିବା ସହ ୬୫ ଟି ବିତରକ ସଂସ୍ଥାର ଲାଇସେନ୍ସ ନିଲମ୍ବିତ କରିଛନ୍ତି।ଘରୋଇ ଏଲପିଜି ଯୋଗାଣ ସ୍ଥିତି:• ପ୍ରଚଳିତ ଭୂ-ରାଜନୈତିକ ସ୍ଥିତି ଯୋଗୁଁ ଏଲପିଜି ଯୋଗାଣ ପ୍ରଭାବିତ ହେବା ଜାରି ରହିଛି।• ଘରୋଇ ପରିବାରକୁ ଏଲପିଜି ଯୋଗାଣକୁ ପ୍ରାଥମିକତା ଦିଆଯାଇଛି।• କୌଣସି ଏଲପିଜି ବିତରକ ସଂସ୍ଥାରେ ଷ୍ଟକ୍ ଶେଷ ହେବାର ସୂଚନା ମିଳିନାହିଁ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।• ଗତକାଲି ସମଗ୍ର ଶିଳ୍ପରେ ଅନଲାଇନ ଏଲପିଜି ବୁକିଂ ପ୍ରାୟ ୯୮% କୁ ବୃଦ୍ଧି ପାଇଛି।• ଅନ୍ୟ ବାଟରେ ବ୍ୟବହାର ରୋକିବା ପାଇଁ ଡେଲିଭରି ଅଥେଣ୍ଟିକେସନ୍ କୋଡ୍ (ଡିଏସି) ଭିତ୍ତିକ ବିତରଣ ପ୍ରାୟ ୯୩% କୁ ବୃଦ୍ଧି ପାଇଛି। ଗ୍ରାହକଙ୍କ ପଞ୍ଜୀକୃତ ମୋବାଇଲ୍ ନମ୍ବରରେ ଡିଏସି ପ୍ରାପ୍ତ ହୁଏ।• ବୁକିଂ ତୁଳନାରେ ଘରୋଇ ଏଲପିଜି ସିଲିଣ୍ଡର ବିତରଣ ସ୍ୱାଭାବିକ ରହିଛି।• ୧୬.୦୪.୨୬ ରେ ୫୦.୫ ଲକ୍ଷରୁ ଅଧିକ ଘରୋଇ ଏଲପିଜି ସିଲିଣ୍ଡର ବିତରଣ କରାଯାଇଥିଲା।ବ୍ୟବସାୟିକ ଏଲପିଜି ଯୋଗାଣ ଏବଂ ଆବଣ୍ଟନ:• ସଙ୍କଟ ପୂର୍ବ ସ୍ତରର ପ୍ରାୟ ୭୦% ପର୍ଯ୍ୟନ୍ତ ମୋଟ ବ୍ୟବସାୟିକ ଏଲପିଜି ଆବଣ୍ଟନ ବୃଦ୍ଧି କରାଯାଇଛି।• ୩ ଏପ୍ରିଲ ୨୦୨୬ ଠାରୁ, ସରକାରୀ ତୈଳ କମ୍ପାନୀ ଗୁଡ଼ିକ ୫ କିଲୋଗ୍ରାମ ସିଲିଣ୍ଡର ପାଇଁ ୬୧୦୦ ରୁ ଅଧିକ ସଚେତନତା ଶିବିର ଆୟୋଜନ କରିଛନ୍ତି, ଯେଉଁଠାରେ ୮୦,୦୦୦ ରୁ ଅଧିକ ସିଲିଣ୍ଡର ବିକ୍ରୟ କରାଯାଇଛି।• ୨୩ ମାର୍ଚ୍ଚ ୨୦୨୬ ରୁ ଏପର୍ଯ୍ୟନ୍ତ ୧୬.୪୧ ଲକ୍ଷରୁ ଅଧିକ ୫ କିଲୋଗ୍ରାମ ଫ୍ରି ଟ୍ରେଡ୍ ଏଲପିଜି ଏଫ ଟିଏଲ ସିଲିଣ୍ଡର ବିକ୍ରୟ ହୋଇଛି।• ୧୬.୦୪.୨୦୨୬ ରେ ୮୨୧୧ ମେଟ୍ରିକ ଟନ୍ ବ୍ୟବସାୟିକ ଏଲପିଜି ବିକ୍ରୟ କରାଯାଇଥିଲା।ପ୍ରାକୃତିକ ଗ୍ୟାସ ଯୋଗାଣ ଏବଂ ପିଏନଜି ସମ୍ପ୍ରସାରଣ• ଡି ପିଏନଜି ଏବଂ ସିଏନଜି -ପରିବହନକୁ ୧୦୦% ଯୋଗାଣ ସହିତ ଗ୍ରାହକମାନଙ୍କୁ ପ୍ରାଥମିକତା ଦିଆଯାଇଛି।• ସାର କାରଖାନାଗୁଡ଼ିକୁ ମୋଟ ଗ୍ୟାସ ଆବଣ୍ଟନ ପରିମାଣ ସେମାନଙ୍କ ଛଅ ମାସର ହାରାହାରି ବ୍ୟବହାରର ପ୍ରାୟ ୯୫% କୁ ବୃଦ୍ଧି କରାଯାଇଛି।• ମାର୍ଚ୍ଚ ୨୦୨୬ ରୁ ପ୍ରାୟ ୪.୬୮ ଲକ୍ଷ ପିଏନଜି ସଂଯୋଗ କରାଯାଇଛି। ଏଥିସହ ପ୍ରାୟ ୫.୨୩ ଲକ୍ଷ ଗ୍ରାହକ ନୂତନ ସଂଯୋଗ ପାଇଁ ପଞ୍ଜୀକୃତ ହୋଇଛନ୍ତି।ଅଶୋଧିତ ତୈଳ ମହଜୁଦ ଏବଂ ରିଫାଇନାରୀ • ସମସ୍ତ ରିଫାଇନାରୀ ପର୍ଯ୍ୟାପ୍ତ ଅଶୋଧିତ ତୈଳ ମହଜୁଦ ସହିତ ଉଚ୍ଚ କ୍ଷମତାରେ କାର୍ଯ୍ୟ କରୁଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି. ସେହିପରି ଘରୋଇ ବ୍ୟବହାରକୁ ସହାୟତା କରିବା ପାଇଁ ରିଫାଇନାରୀରୁ ଘରୋଇ ଏଲପିଜି ଉତ୍ପାଦନ ବୃଦ୍ଧି କରାଯାଇଛି।ଖୁଚୁରା ଇନ୍ଧନ ଉପଲବ୍ଧତାସାରା ଦେଶରେ ପେଟ୍ରୋଲ ପମ୍ପଗୁଡ଼ିକ ସ୍ୱାଭାବିକ ଭାବେ କାର୍ଯ୍ୟ କରୁଛି। ମଧ୍ୟ ପ୍ରାଚ୍ୟ ସଙ୍କଟ ଯୋଗୁଁ ଅଶୋଧିତ ତୈଳ ଦର ଅସ୍ୱାଭାବିକ ଭାବେ ବୃଦ୍ଧି ପାଇଛି; ତଥାପି, ଗ୍ରାହକଙ୍କ ସୁରକ୍ଷା ପାଇଁ ଭାରତ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ଲିଟର ପିଛା ୧୦ ଟଙ୍କା ହ୍ରାସ କରିଛନ୍ତି।ସରକାରୀ ତୈଳ ବିତରଣ କମ୍ପାନୀ. ଆଉଟଲେଟ୍ ଗୁଡ଼ିକରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ।ସାମୁଦ୍ରିକ ସୁରକ୍ଷା ଏବଂ ଜାହାଜ ଚଳାଚଳ • ପାରସ୍ୟ ଉପସାଗରରେ ସାମ୍ପ୍ରତିକ ସାମୁଦ୍ରିକ ସ୍ଥିତି ଏବଂ ଭାରତୀୟ ଜାହାଜ ତଥା ନାବିକମାନଙ୍କ ସୁରକ୍ଷା ପାଇଁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦିଆଯାଇଛି। ଏହି ଅଞ୍ଚଳରେ ଥିବା ସମସ୍ତ ଭାରତୀୟ ନାବିକ ସୁରକ୍ଷିତ ଅଛନ୍ତି ଏବଂ ଗତ ୨୪ ଘଣ୍ଟା ମଧ୍ୟରେ କୌଣସି ଭାରତୀୟ ପତାକା ବାହିତ ଜାହାଜ ସହିତ କୌଣସି ଅଘଟଣ ଘଟିନାହିଁ। ଡିଜି ଶିପିଂ ଏପର୍ଯ୍ୟନ୍ତ ୨,୪୪୭ ରୁ ଅଧିକ ଭାରତୀୟ ନାବିକଙ୍କୁ ସୁରକ୍ଷିତ ଭାବେ ସ୍ୱଦେଶ ଫେରାଇ ଆଣିବାରେ ସହାୟତା କରିଛନ୍ତି।ଆଜିର ଗଣାମଧ୍ୟ ବାର୍ତାର କୁହାଯାଇଛି, ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଉପସାଗରୀୟ ଏବଂ ପଶ୍ଚିମ ଏସିଆ ଅଞ୍ଚଳର ଘଟଣାବଳୀ ଉପରେ ନଜର ରଖିଛି।ମନ୍ତ୍ରାଳୟରେ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ୍ କାର୍ଯ୍ୟକ୍ଷମ ଅଛି।୨୮ ଫେବ୍ରୁଆରୀରୁ ପ୍ରାୟ ୧୦,୩୮,୦୦୦ ଯାତ୍ରୀ ସେହି ଅଞ୍ଚଳରୁ ଭାରତ ଭ୍ରମଣ କରିଛନ୍ତି।ତେହେରାନରେ ଥିବା ଭାରତୀୟ ଦୂତାବାସ ଏପର୍ଯ୍ୟନ୍ତ ୨,୩୫୮ ଜଣ ଭାରତୀୟ ନାଗରିକଙ୍କୁ ଇରାନରୁ ଆର୍ମେନିଆ ଏବଂ ଆଜରବାଇଜାନ ଦେଇ ଭାରତ ଆସିବାରେ ସହାୟତା କରିଛନ୍ତି।ହଜ୍ ତୀର୍ଥଯାତ୍ରା ୨୦୨୬ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରାଳୟ ୨୦୨୬ ବର୍ଷ ପାଇଁ ଭାରତରୁ ହଜ୍ ଯାତ୍ରା ଆରମ୍ଭ ସମ୍ପର୍କରେ ଏକ ପ୍ରେସ ବିବୃତ୍ତି ଜାରି କରିଛି। ଭାରତୀୟ ହଜ୍ ଯାତ୍ରୀଙ୍କ ପ୍ରଥମ ବ୍ୟାଚ୍ ୧୮ ଏପ୍ରିଲ ୨୦୨୬ ରେ ସାଉଦି ଆରବ ଅଭିମୁଖେ ଯାତ୍ରା କରିବେ। ମୋଟ ୧,୭୫,୦୨୫ ତୀର୍ଥଯାତ୍ରୀ ଏହି ପବିତ୍ର ଯାତ୍ରା କରିବେ ବୋଲି ଆଶା କରାଯାଉଛି।ଭାରତ ସରକାର ତୀର୍ଥଯାତ୍ରୀଙ୍କ କଲ୍ୟାଣକୁ ସର୍ବୋଚ୍ଚ ପ୍ରାଥମିକତା ଦିଅନ୍ତି ଏବଂ ଏକ ସୁଗମ ତଥା ଆରାମଦାୟକ ଯାତ୍ରା ଅନୁଭୂତି ନିଶ୍ଚିତ କରିବାକୁ ପ୍ରତିବଦ୍ଧ ରହିଥିବା ଏହି ପ୍ରେସ ବାର୍ତ୍ତାରେ କୁହାଯାଇଛି।

Leave a Reply

Your email address will not be published. Required fields are marked *