ପୁରୀ ବଳିଆ ପଣ୍ଡା ବସ୍ତି ବାସିନ୍ଦା ଙ୍କ ପଟ୍ଟା ମିଳିବା ବିଳମ୍ବ ନେଇ ସାମ୍ବାଦିକ ସମ୍ମିଳନୀ
ଅଗଷ୍ଟ ୧୦ – ୨୦୧୭ ବସ୍ତି ବାସିନ୍ଦା ଭୂମି ଅଧିକାର ପ୍ରମାଣ ପତ୍ର ଯୋଜନା (ଜାଗା ମିଶନ) ଯୋଜନା ନବୀନ ସରକାର ସମୟରେ ଲାଗୁ ହୋଇଥିଲା | ଏବଂ ପୁରୀ ନିର୍ବାଚନ ମଣ୍ଡଳୀର ଅନେକ ବସ୍ତିକୁ ପଟ୍ଟା ମିଳିଥିବା ବେଳେ ପୁରୀର ସର୍ବଶ୍ରେଷ୍ଠ ବଳିଆପଣ୍ଡା ବିଜୟନଗର ବସ୍ତିକୁ ସୁଇଟ ୱାଟର ଜୋନ କହି ପଟ୍ଟା ଦେଇନଥିଲେ | ପରବର୍ତୀ ମୁହୁର୍ତରେ ଆନ୍ଦୋଳନ ଏବଂ ଦାବିପତ୍ର ଦେବାପରେ ୨୦୧୮ ପରେ ୨୦୨୧ ରେ ଦ୍ୱତୀୟ ଥର ଉଷା ସର୍ଭେ ହୋଇଥିଲା | ଏହାକୁ ୨୦୧୮ ରୁ ୨୦୨୪ ପୁରା ୭ବର୍ଷ ବାରମ୍ବାର ଘେରାଉ ଜ଼ିଲ୍ଲାପାଳ କାର୍ଯ୍ୟାଳୟ ଠାରୁ, ବିଧାନସଭା ଓ ସେତେବେଳର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବାସଭବନ ପଯ୍ୟନ୍ତ ହୋଇଥିଲା ଘେରାଉ | ଅନେକ ଜ଼ିଲ୍ଲାପାଳ ଆସିଛନ୍ତି ଯାଇଛନ୍ତି ହେଲେ; ଅନେକ ଲଢେଇ ପରେ ପୁରୀ ପ୍ରଶାସନ ତରଫରୁ ପ୍ରଥମ ଭାଗରେ ୨୮୬ଜଣ ଙ୍କୁ ପଟ୍ଟା ଦେବାକୁ ସ୍ଥିର ହୋଇଥିଲା ଏହା ତା ଅଗଷ୍ଟ-୩୧-୨୦୨୫ ରିଖ ପୁରୀ ପୌରସଂସ୍ଥା ସ୍ୱେୟେତ ଶାସନ ଦିବସରେ ପୁରୀ ଟାଉନ ହଲ ଠାରେ ବିଧୟକ, ସାଂସଦ, କାର୍ଯ୍ୟ ନିର୍ବାହୀ ଅଧିକାରୀ ପୌରପାଳିକା, ତହସିଲଦାର ଏବଂ ଅନନ୍ୟ ଅଧିକାରୀ ଙ୍କ ଉପସ୍ଥିତିରେ ୨୮୬ଟି ମାଗଣା ପଟ୍ଟା ପ୍ରଦାନ କରାଯାଇଥିଲା | କିନ୍ତୁ ଏହାପରେ ୨୦୨୫ ରୁ ଆସି ୨୦୨୭ ହେଲାଣି ହେଲେ ୨୦୨୬ ମଧ୍ୟଭାଗରେ ୨୮୬ଟି ପଟ୍ଟା ପ୍ରଦାନ କରି ଚୁପ ବସିଯିବାରୁ ପୁନଃଶ୍ଚ ଦାବିପତ୍ର ସହ ଅନଶନକୁ ଓଲ୍ହାଇବୁ କହିବାରୁ ସରକାରୀ ନିୟମ ଠାରୁ ଅଧିକ ଜମି ଥିବା ଚିହ୍ନଟ ଲୋକଙ୍କ ପାଇଁ ପଇସା ପୌରପାଳିକାରେ ଜମି ମୂଲ୍ୟ ଡିପୋଜିଟ କରିବାକୁ ତାଲିକା ପ୍ରଦାନ କରାଯାଇଥିଲା | ଏବଂ ୧୦୦ରୁ ଉର୍ଧ ଲୋକ ଟଙ୍କା ଡିପୋଜିଟ ମଧ୍ୟ କରିଛନ୍ତି | ଏବଂ ଏହାର ପ୍ରମାଣ ସ୍ୱରୂପ ରସିଦ କପି ପାଇଛନ୍ତି | ୪୮୪ଜଣ ଅଧିକ ଜମି ବାବଦକୁ ପଇସା ଦାଖଲ କରିବାକୁ ଚିହ୍ନଟ ତାଲିକା ପୌରପାଳିକା ପ୍ରଦାନ କରିଥିଲା | ଉଷା ସର୍ବେ ସର୍ଭେ ଅନୁଯାଇ ୧୭୮୪ ଟି ପରିବାର ଚିହ୍ନଟ ହୋଇଥିଲା ଏବଂ ପଟ୍ଟା ପାଇବାକୁ ଚିହ୍ନଟ ହୋଇଥିଲେ ବି ବିଜେପି ସରକାରରେ ମାତ୍ର ୨୮୬ଜଣଙ୍କୁ ପଟ୍ଟା ପ୍ରଦାନ କରି ଆହୁରି ୧୫୦୦ରୁ ଉର୍ଧ ପରିବାର ଙ୍କୁ ଅଣଦେଖା କରି ଚୁପ ବସିଥିବା ସରକାର ବିରୋଧରେ ଜୋରଦାର ଲଢେଇ ପାଇଁ ଆମେ ପ୍ରସ୍ତୁତ ହେଉଛୁ ୭ଦିନରେ ଯଦି ଆମ୍ଭର ହକ ପ୍ରଦାନ କରାଯିବନି ତେବେ ଅନିଦ୍ଧିଷ୍ଟ ଅହୋରାତ୍ରି ଅନଶନକୁ ଓଲ୍ହାଇବେ ସମସ୍ତ ବସ୍ତି ବାସିନ୍ଦା ବୋଲି କହି ପ୍ରଶାସନ କୁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଘେରିଥିଲେ | ବଳଗଣ୍ଡି ଛକର ଭକ୍ତ ସାଲେବେଗ ପିଠ ଠାରେ ସାମ୍ବାଦିକ ସମ୍ମିଳନୀରେ ବଳିଆପଣ୍ଡା ବସ୍ତିର ସଭାନେତ୍ରୀ ବାସନ୍ତୀ ମୁଦି, ଯୁବ ନେତୃତ୍ୱ ବସ୍ତି ଅଧିକାର ସମିତିର ମନୋଜ ମଣ୍ଡଳ, ଅନନ୍ୟ ସୌଦାମିନୀ ବାରିକ, ନୃସିଂହ ମହାରଣା, ମଞ୍ଜୁ ଦେଇ, ଅନିଲ ବେଜ, ଦୀନବନ୍ଧୁ ପଟ୍ଟନାୟକ, ଗାଉଲ ଗୋପାଳ, ଜି କାର୍ତିକ ଙ୍କ ଉପସ୍ଥିତିରେ ପୁରୀ ଜ଼ିଲ୍ଲା ଯୁବ କଂଗ୍ରେସ ସଭାପତି ଆଲୋକ କୁମାର ଦାଶ ଏହି ଆନ୍ଦୋଳନକୁ ଜୋରଦାର କରିବା ସହ ପୁରୀ ସହରକୁ ସରକାରୀ ଦଳର ନେତା ମନ୍ତ୍ରୀଙ୍କୁ ପଟ୍ଟା ନମିଳିଲେ ଜୋରଦାର ବିରୋଧ ସହ ଦରକାର ପଡିଲେ ଆଇଁନ ଅମାନ୍ୟ ଆନ୍ଦୋଳନ କୁ ଓଲ୍ହାଇବାକୁ ବାଧ୍ୟ ହେବେ ବସ୍ତି-ବାସିନ୍ଦା ବୋଲି କହି ବସ୍ତିବାସିନ୍ଦାଙ୍କୁ ଆହ୍ୱାନ ଦେଇ ସାମ୍ବାଦିକ ସମ୍ମିଳନୀର ମୁଖ୍ୟ ବକ୍ତା ରୂପେ ଯୋଗ ଦେଇଥିଲେ ||
