ମା ହିଙ୍ଗୁଳାଙ୍କର ୬୪ତମ ବାର୍ଷିକ ଯଜ୍ଞ ଉତ୍ସବ
ଧୁମଧାମରେ ପାଳିତ ହୋଇଯାଇଛି ମା ହିଙ୍ଗୁଳାଙ୍କର ୬୪ତମ ବାର୍ଷିକ ଯଜ୍ଞ ଉତ୍ସବମା ହିଙ୍ଗୁଳାଙ୍କର ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । ବିଭିନ୍ନ ଆଡୁ ଛୁଟିଛି ଶ୍ରଦ୍ଧାଳୁଙ୍କ ସୁଅ । ସେପଟେ ଉତ୍ସବ କୁ ଶୃଙ୍ଖଳିତ କରିବାପାଇଁ ସମସ୍ତ ବନ୍ଦବୋସ୍ତ କରାଯାଇଛି l ବ୍ୟାସନଗର ସହର ର କହେଁଇପୁର ରେ ଅବସ୍ଥିତ ମା ହିଙ୍ଗୁଳା ଦେବୀଙ୍କ ପୀଠ ଚଳଚଂଚଳ ହୋଇ ଉଠିଛି। ଏହି ଅବସରରେ ମନ୍ଦିର ପରିସରରେ ଭଜନ କିର୍ତନ ସାଙ୍ଗକୁ ଚାଲିଛି ବିଶ୍ୱଶାନ୍ତି ମହ ମହାଯଜ୍ଞ ।

ପୂଜା ଏବଂ ଯଜ୍ଞ କାର୍ଯ କାର୍ଯ୍ୟରେ ନିୟୋଜିତ ଅଛନ୍ତି ପୂଜକ ଓ ପୁରୋହିତ । ମା ହିଙ୍ଗୁଳା ଦର୍ଶନ ସାଙ୍ଗକୁ ଭୋଗ ଲଗାଇଛନ୍ତି। ଏଠିକାର ମା ହିଙ୍ଗୁଳା ବେଶ୍ ପ୍ରତ୍ୟେକ୍ଷ ବୋଲି ଲୋକଙ୍କର ବିଶ୍ଵାସ ରହିଛି । ସେଥିଲାଗି ଜିଲ୍ଲା ଏବଂ ଜିଲ୍ଲା ବାହାରୁ ମଧ୍ୟ ବହୁ ଶ୍ରଦ୍ଧାଳୁ ଶ୍ରଦ୍ଧା ଏଠାକୁ ଆସିଥିବାର ଲକ୍ଷ୍ୟ କରାଯା ଯାଇଛି । ଶ୍ରଦ୍ଧାଳୁ ମାନେ ଯେପରି ଶାନ୍ତିଶୃଙ୍ଖଳାରେ ମା ଙ୍କୁ ଦର୍ଶନ କରିବେ ସେଥ୍ଲାଗି କମିଟି ପକ୍ଷରୁ ବ୍ୟାପକ ବନ୍ଦବୋସ୍ତ କରାଯାଇଥିଲା
