ଗୋଲଡେନ୍ ମଣ୍ଡପ ରେ ଯୋଗବିଜ୍ଞାନ ଓ ଧ୍ୟାନ ଶିବିର ଅନୁଷ୍ଠିତ.

ଜଗତ୍ସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ପୂରଣ ଓଡାପଡା ର ପତଞ୍ଜଳୀ ସମିତି ତରଫରୁ ଗୋଲଡେନ୍ ମଣ୍ଡପ ରେ ରଘୁନାଥପୁର ତହସିଲ ର ସମସ୍ତ ସକ୍ରିୟ କାର୍ଯ୍ୟକର୍ତ୍ତା ଙ୍କ ସହଯୋଗ ରେ ଯୋଗ ଜାଗରଣ ଦିବସ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି, ଅତିଥି ଜିଲ୍ଲା ପ୍ରଭାରୀ ସୁଧାଂଶୁ ଅଧିକାରୀ ଯୋଗଦେଇ କହିଥିଲେ ଯେ ଯୋଗ ଓ ଯଜ୍ଞ କରିବା ଦ୍ୱାରା ମଣିଷର ସର୍ବାଙ୍ଗୀନ ଉନ୍ନତି ହେବା ସହିତ ସମାଜ ର ମଧ୍ୟ ମଙ୍ଗଳ ହୋଇଥାଏ .ଘରେ ଯଜ୍ଞ କରିବା ଦ୍ଵାରା ନକାରାତ୍ମକ ଜିନିଷ ପଶିପାରେ ନାହିଁ, ସବୁବେଳେ ମଣିଷ ସଫଳତାର ସିଡି ସହିତ ସମସ୍ତ କାର୍ଯ୍ଯରେ ସଫଳ ହିଁ ସଫଳ ଲାଭ କରିଥାଏ .

ଏବେଠାରୁ ଯେତେ ଯୋଗୀ ଭାଇ ଅଛ ସମସ୍ତେ ନିଜ ନିଜ ୱାର୍ଡ଼ ରେ ଯୋଗ କକ୍ଷ ଲଗାଅ ,ଆଗାମୀ ଦିନରେ ଯୁବ ପିଢି ମାନସିକ, ଅଧ୍ୟାତ୍ମିକ ଦୃଷ୍ଟି କୋଣରୁ ସୁସ୍ଥ ସମାଜ ଗଠନରେ ସହାୟକ ହେବେ ବୋଲି ମତ ରଖିଥିଲେ .ଶେଷରେ ayt ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଭାଇ ଓ ଭଉଣୀମାନଙ୍କୁ ସାଟିଫିକେଟ ବିତରଣ କରାଯାଇ ଥିଲା।ଏହି କାର୍ଯ୍ୟକ୍ରମ ରେ ବହୁ ଜିଲ୍ଲା ପଦାଧିକାରୀମାନଙ୍କ ର ସାମିଲ ହେବାର ଦେଖିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *