ମା’କରୋନା ଦେବୀଙ୍କ ବ୍ରତ ପୁସ୍ତକ ଉନ୍ମୋଚନ,କବିତା ପାଠୋତ୍ସବ ଓ ସମ୍ବର୍ଦ୍ଧନା ଉତ୍ସବ

ଗଞ୍ଜାମ ଜିଲ୍ଲା ବୁଗୁଡା ସହରରେ ପ୍ରତିଷ୍ଠିତ ହୋଇଥିବା ଅଗ୍ରଣୀ କଳା,ସାହିତ୍ୟ ଓ ସଂସ୍କୃତି ର ପ୍ରତିଷ୍ଠାନ ମଦନମୋହନ ପାଠାଗାର ଓ ସାହିତ୍ୟ ସଂସଦର ଆନୁକୂଲ୍ୟରେ ଅନୁଷ୍ଠାନର ପ୍ରତିଷ୍ଠାତା,ସମ୍ପାଦକ ଓ ସାହିତ୍ୟିକ ତ୍ରିଲୋଚନ ପଣ୍ଡାଙ୍କ ଲିଖିତ ମା’କରୋନା ଦେବୀଙ୍କ ବ୍ରତ ପୁସ୍ତକ ଉନ୍ମୋଚନ,କବିତା ପାଠୋତ୍ସବ ଓ ସମ୍ବର୍ଦ୍ଧନା ଉତ୍ସବ ସ୍ଥାନୀୟ ନିକୁଞ୍ଜ ମୋହନ କ୍ଳବ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସର୍ବପ୍ରଥମେ ତ୍ରିଲୋଚନ ପଣ୍ଡା ସ୍ବାଗତ ଭାଷଣ ଓ ପରିଚୟ ପ୍ରଦାନ କରିଥିବା ବେଳେ ଓକିଲ ସଂଘ ସଭାପତି ହର ପ୍ରସାଦ ଦାସଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ସୀମାଞ୍ଚଳ ବେହେରା ଓ ମୂଖ୍ୟବକ୍ତା ଭାବେ ବରିଷ୍ଠ ଶିକ୍ଷାବିତ୍ ମୁରଲୀଧର ନନ୍ଦ ଏବଂ ଅନ୍ୟତମ ଅତିଥି ଭାବେ ସମାଜସେବୀ ବଂଶଧର ନାୟକ,ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଅନନ୍ତ କର,ଗବେଷକ ବ୍ରଜକିଶୋର ପାଢୀ ପ୍ରମୁଖ ମଞ୍ଚାସୀନ କରିଥିଲେ । ସର୍ବପ୍ରଥମେ ଶ୍ରୀ ଜଗନ୍ନାଥ ସ୍ବାମୀଙ୍କ ସହ ମଦନମୋହନ ପଣ୍ଡା ଓ ଲାବାଣ୍ୟବତୀ ପଣ୍ଡାଙ୍କ ଫୋଟଚିତ୍ରରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ଳଳନ କରିଥିଲେ । ଏହି ଅବସରରେ ଉପସ୍ଥିତ ଅତିଥି ମାନେ ମା’କରୋନା ଦେବୀଙ୍କ ବ୍ରତ ପୁସ୍ତକ ଉନ୍ମୋଚନ ପୂର୍ବକ ମହାମାରୀ କରୋନାଙ୍କୁ ମା’ଦେବୀ ରୂପରେ ତୁଳନାତ୍ମକ କରି ବହୁତ କିଛି ଶାସ୍ତ୍ରରୁ ବହୁକଥା ବାଖ୍ୟାକରି ଲୋକ ଲୋଚନକୁ ଆଣିଥିବାରୁ ଲେଖକ ଶ୍ରୀଯୁକ୍ତ ପଣ୍ଡାଙ୍କୁ ଭୂରି ଭୂରି ପ୍ରଶଂସା କରିଥିଲେ । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଆଦର୍ଶ ସାମ୍ବାଦିକ ରୋହିତ ପ୍ରଧାନ ଓ ସମାଜସେବୀ ଗନ୍ଧମାର୍ଦ୍ଦନ ସେଠୀଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସାଂୟକାଳ ଅଧିବେଶନରେ କବିତା ପାଠୋତ୍ସବ କବି ଅନନ୍ତ କରଙ୍କ ସଂଯୋଜନାରେ କବି ଶ୍ରୀଧର ମିଶ୍ର,ସୁରେଶ ପାଢୀଙ୍କ ସମେତ କୋଡିଏରୁ ଉର୍ଦ୍ଧ୍ବ କବି ନିଜସ୍ବ କବିତା ପାଠ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଦିଗାମ୍ବର ମହାରଣା,କେଦାର ନାଥ ଦାଶ ଓ ଗୋପୀନାଥ ନାୟକ ପ୍ରମୁଖ ସୁପରିଚାଳନା କରିଥିଲେ । ରାତ୍ରିର ଶେଷ ପର୍ଯ୍ୟାୟରେ ଆଧ୍ୟାତ୍ମିକବାଦୀ ପଣ୍ଡିତ ଶ୍ରୀମାନ୍ ଆଶ୍ରିର୍ବାଦ ବାବାଙ୍କ କରକମଳରେ ଶ୍ରୀମଦ୍ଭାଗବତ ସପ୍ତାହ ମଣ୍ଡପରେ ମଧ୍ୟ ଲୋକାର୍ପିତ କରାଯାଇଥିଲା ।

ରିପୋର୍ଟ- ଗଞ୍ଜାମ ଜିଲ୍ଲା ବୁଗୁଡାରୁ ତ୍ରିଲୋଚନ ପଣ୍ଡା।

Leave a Reply

Your email address will not be published. Required fields are marked *