ମାଲକାନଗିରି ମହିଳା ମହାବିଦ୍ୟାଳୟରେ ଦେଶପ୍ରେମର ଝଙ୍କାର

ମାଲକାନଗିରି:- ଦେଶର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ,”ସବକା ସାଥ, ସବକା ବିକାଶ “ର ମୂଳମନ୍ତ୍ର ଉପରେ ,ଯୁବଶକ୍ତିର ସଚେତନତା ଓ ସହାଭାଗିତା କୁଦୃଷ୍ଟିରେ ରଖି, ନେହେରୁ ଯୁବ କେନ୍ଦ୍ର (NYK) ଆନୁକୂଲ୍ୟରେ ଏକ ବିଶେଷଧରଣର ପ୍ରତିଯୋଗିତା, ଜିଲ୍ଲା ସଦର ମହକୁମା ସ୍ଥିତ ମହିଳା ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ କରାଯାଇଥିଲା। ଯେଉଁଥିରେ,ଜିଲ୍ଲାର ସମସ୍ତ ବ୍ଲକ ରୁମହାବିଦ୍ୟାଳୟ ସ୍ତରର କୃତି ପ୍ରତିଯୋଗୀ ମାନଙ୍କ ସମେତ ବିଭିନ୍ନ ସମାଜିକ ଅନୁଷ୍ଠାନର କର୍ମୀମାନେ ଅଂଶ ଗ୍ରହଣ କରି ରାଷ୍ଟ୍ର ଗଠନରେ ଦେଶ ଭକ୍ତି ଭାବର ଉପଯୋଗୀତା ଓ ଉତ୍କର୍ଷତା ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ। ସରକାରଙ୍କର ଯୁବାବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ତରଫ ରୁ ଜିଲ୍ଲା ଯୁବ ଅଧିକାରୀ,ଶ୍ରୀମାନ ହରିଶ ରୂପାଳ ଏହାକୁ ତାଙ୍କ ସହଯୋଗୀ ମାନଙ୍କ ସହ ପରିଚାଳନା କରିଥିଲା ବେଳେ, ମହାବିଦ୍ୟାଳୟର ଅଧ୍ୟକ୍ଷ, ଶ୍ରୀଯୁକ୍ତ ଦୁଷ୍ମନ୍ତ ଜେନା,ଶ୍ରୀଯୁକ୍ତ ରବୀନ୍ଦ୍ର ଚାନ୍ଦ, ଓ ଅବସର ପ୍ରାପ୍ତ ଅଧ୍ୟାପକ, ଡକ୍ଟର ସରୋଜ କୁମାର ଦାଶଏହାକୁ ନିମନ୍ତ୍ରିତ ଅତିଥି ଭାବରେ ମୂଲ୍ୟାୟନ କରିବା ସହ ବର୍ତ୍ତମାନର ପାରିବର୍ତ୍ତିତ ପରିସ୍ଥିତି ରେ ସଚେତନତା, ସହଯୋଗୀତା, ସକ୍ରିୟତା ଓ ସହାଭାଗିତା ଭିତ୍ତିରେ ରାଷ୍ଟ୍ରୀୟ ଏକତାଓ ସଂଘତି ବଜାୟ ରଖିବା ସହ ସମୃଦ୍ଧି ରନିରନ୍ତରତା ଉଦ୍ଦେଶ୍ୟ ରେ ଯୁବପିଢ଼ି ଙ୍କୁ ସ୍ୱତନ୍ତ୍ର ଭାବରେ ଚିତ୍ତାକାର୍ଷକ ଶୈଳୀରେ ପ୍ରୋତ୍ସାହିତ କରିଥିଲେ.ପରିଶେଷରେ NYK ର ସୌଜନ୍ୟରୁ ଅତିଥି ମାନଙ୍କୁ ସମ୍ମାନିତ କରିବା ସହ, ସେମାନଙ୍କ କର କମଳରେ ଉତ୍କୃଷ୍ଟ ବକ୍ତବ୍ୟ ନିମନ୍ତେ ବାଲିମେଳା ବିଜ୍ଞାନ ଓ ପ୍ରଯୁକ୍ତି ମହାବିଦ୍ୟାଳୟ ର ସୁଶ୍ରୀ ଟିନା ମିତ୍ରଙ୍କୁ ପ୍ରଥମ, ଦର୍ୱିନ ମେମୋରିଆଲ ଡିଗ୍ରୀ ମହାବିଦ୍ୟାଳୟର ସୁଶ୍ରୀ ମନୀଷା ରାଉତ ଙ୍କୁ ଦ୍ଵିତୀୟ ଓ ଶ୍ରୀମାନ ପ୍ରଭାଷ ମଣ୍ଡଳ ଙ୍କୁ ତୃତୀୟ ପୁରାଷ୍କାର ପ୍ରଦାନ କରାଯାଇ ଥିଲା.ମହିଳା ମହାବିଦ୍ୟାଳୟର ଶତାଧିକ ଛାତ୍ରୀ ଏଥିରେ ଯୋଗ ଦେଇ କାର୍ଯ୍ୟକ୍ରମ ଟିକୁ ସମ୍ପୂର୍ଣ ଭାବେ ସଫଳ କରିଥିଲେ।

Leave a Reply

Your email address will not be published. Required fields are marked *