ନୀରୁ ଧାଣ୍ଡାଙ୍କ ଗୌରବମୟ ବିଜୟକୁ ବାଲୁକା ଆନିମେସନ୍ରେ ପାଳନ କଲେ ମାନସ ସାହୁ
ପୁରୀ:** ଭାରତୀୟ ଶୁଟର **ନୀରୁ ଧାଣ୍ଡାଙ୍କ ଗୌରବମୟ ବିଜୟ**କୁ ନିଜସ୍ୱ ଅନନ୍ୟ କଳା ବାଲୁକା ଆନିମେସନ୍ ମାଧ୍ୟମରେ ପାଳନ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ **ମାନସ କୁମାର ସାହୁ**।ପୁରୀସ୍ଥିତ ତାଙ୍କ ଷ୍ଟୁଡିଓରେ ପ୍ରାୟ **୨ ଘଣ୍ଟା ସମୟ ନେଇ** ମାନସ ସାହୁ ଏହି ସ୍ୱତନ୍ତ୍ର ବାଲୁକା ଆନିମେସନ୍ ପ୍ରସ୍ତୁତ କରିଛନ୍ତି। **“India Celebrates Your Glory” — “ଭାରତ ଆପଣଙ୍କ ଗୌରବକୁ ପାଳନ କରୁଛି”** ବାର୍ତ୍ତା ମାଧ୍ୟମରେ ସେ ନୀରୁ ଧାଣ୍ଡାଙ୍କ ସଫଳତାକୁ ଅଭିନନ୍ଦନ ଜଣାଇଛନ୍ତି।ନୀରୁ ଧାଣ୍ଡାଙ୍କ ଏହି ସଫଳତା ତାଙ୍କର ପରିଶ୍ରମ, ନିଷ୍ଠା ଓ ଦୃଢ଼ ସଂକଳ୍ପର ପ୍ରତିଫଳନ ବୋଲି ମାନସ ସାହୁ କହିଛନ୍ତି। ତାଙ୍କର ଏହି ବାଲୁକା ଆନିମେସନ୍ ମାଧ୍ୟମରେ ଭାରତୀୟ କ୍ରୀଡ଼ାବିତ୍ଙ୍କ ସଫଳତା ପ୍ରତି ଗର୍ବ ଓ ଶୁଭେଚ୍ଛା ପ୍ରକାଶ ପାଇଛି।**“ନୀରୁ ଧାଣ୍ଡାଙ୍କୁ ଅନେକ ଅଭିନନ୍ଦନ। ଆପଣଙ୍କ ସଫଳତାରେ ସାରା ଭାରତ ଗର୍ବିତ। ଭାରତ ଆପଣଙ୍କ ଗୌରବକୁ ପାଳନ କରୁଛି।”** — ମାନସ ସାହୁ।
