ଟିକିତାରାର ୨୦୦ତମଦେଖିଲେଖ ପ୍ରତିଯୋଗିତା

ପୁରୀ: ୨୯/୯: କଣ୍ଠପୁର ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୫ମ ଶ୍ରେଣୀରୁ ୮ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଟିକିତାରା ଭ୍ରାମ୍ୟମାଣ ସାହିତ୍ୟ ସଂସ୍ଥା ପକ୍ଷରୁ ଦେଖିଲେଖ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ପଞ୍ଚମ ଶ୍ରେଣୀର ପ୍ରିୟଙ୍କା ପ୍ରିୟଦର୍ଶିନୀ ବେହେରା, ଶ୍ରୀୟା ପ୍ରଧାନ ଓ ଗାୟତ୍ରୀ ଲେଙ୍କା, ଷଷ୍ଠ ଶ୍ରେଣୀର ଅର୍ପିତା ପ୍ରିୟଦର୍ଶିନୀ ଜେନା, ରଶ୍ମିରଞ୍ଜନ ପ୍ରଧାନ ଓ ବୈଷ୍ଣବୀ ପ୍ରଧାନ, ସପ୍ତମ ଶ୍ରେଣୀର ସୁଶ୍ରୀ ସଙ୍ଗୀତା ପ୍ରଧାନ, ଲୋକନାଥ ମହାରଣା ଓ କ୍ରିଷ୍ଣା ବିଶ୍ୱାଳ, ଅଷ୍ଟମ ଶ୍ରେଣୀର ଶୁଭଶ୍ରୀ ସାହୁ, ଶୁଚିସ୍ମିତା ଜେନା ଓ ତୁଳସୀ ସାହୁ ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରି ମୁଖ୍ୟ ଅତିଥି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅଜୟ କୁମାର ପଣ୍ଡାଙ୍କଠାରୁ ପ୍ରମାଣପତ୍ର ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ସୁଚିତ୍ରା ରଥ, ସସ୍ମିତା କୁମାରୀ ମିଶ୍ର, ପ୍ରଭାତୀ ପୃଷ୍ଟି, ସନ୍ଧ୍ୟାରାଣୀ ପ୍ରଧାନ, କଳ୍ପନା ମିଶ୍ର ଏବଂ ରଜନୀ ମହାନ୍ତି ପରିଚାଳନା କରିଥିଲେ। ସଂପାଦକ ବିପିନ ବିହାରୀ ଦଳାଇ, ମୁଖ୍ୟ ଅତିଥି ଅଜୟ କୁମାର ପଣ୍ଡା ପିଲାମାନଙ୍କୁ ଲେଖିବା ଶୈଳୀ ବିଷୟରେ ବୁଝାଇଥିଲେ।।

Leave a Reply

Your email address will not be published. Required fields are marked *