ନିଶାଣୀ ମୁଣ୍ଡା ଓଲାର ଗଦବା ସମାଜ ତରଫରୁ ବାର୍ଷିକ ସାଧାରଣ ସମାବେଶ ଅନୁଷ୍ଠିତ

.କୋରାପୁଟ:କୋରାପୁଟ ଜ଼ିଲ୍ଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଲେଞ୍ଜି କୁନ୍ଦୁଲି ଠାରେ ନିଶାଣୀ ମୁଣ୍ଡା ଅଲାର ଗଦବା ସମାଜ ତରଫରୁ ଜ଼ିଲ୍ଲା ସ୍ତରୀୟ ବାର୍ଷିକ ସାଧାରଣ ସମାବେଶ 2024 ଅନୁଷ୍ଠିତ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପୂର୍ବତନ କଂଗ୍ରେସ ବିଧାୟକ ରାମ ଚନ୍ଦ୍ର କାଡ଼ାମ ଯୋଗ ଦେଇଥିବା ବେଳେ ସମ୍ପାଦକ ମଦନ ପାମିଆ,କୋଷାଧକ୍ଷ ରବି ଖରା, ଉପଦେଷ୍ଟା ଧନୁର୍ଜୟ ତକଲିଆ, ନାଥ ତେନ୍ତୁଳି ପାଡ଼ିଆ, ଦାମ ମୁଣ୍ଡା ଗାଡିଆ, ଉଗ୍ର ସେନ ଚପାତି, ତ୍ରିପତି ସାରା ଙ୍କ ସମେତ ଜ଼ିଲ୍ଲାର ନିଶାଣୀ ମୁଣ୍ଡାର ଓଲାର ଗଦବା ସମାଜ ର ଶହ ଶହ ଲୋକେ ଉପସ୍ଥିତ ଥିଲେ l ଆଜିର ଆଧୁନିଜ ଯୁଗରେ ଓଲାର ଗଦବା ସମାଜ ର ପାରମ୍ପରିକ ଲୋପ ପାଇବା କୁ ବସିଲାଣି l ଆଉ ଆଗଭଳି ଓଲାର ଗଦବା ର ପରମ୍ପରା ଦେଖିବା ପାଇଁ ମିଳୁନାହିଁ l ଓଲାର ଗଦବା ର ପରମ୍ପରା କୁ ବଞ୍ଚାଇ ରଖିବା ପାଇଁ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇ ଯାଇଛି l କୋରାପୁଟ ଅନ୍ତର୍ଗତ ଜନଜାତି ସମୁହର ଭାଷା, ସଂସ୍କୃତିର ସଂରକ୍ଷଣ ଓ ଉତ୍ତମ ଶିକ୍ଷାର କିପରି ପ୍ରଚାର ଏବଂ ପ୍ରସାର କରି ଉପଯୁକ୍ତ ପରିଚାଳନା କରିବା, ସମ୍ପୃକ୍ତ ଜନଜାତି ମାନଙ୍କ ର ସଂସ୍କୃତି ର ସାଂସ୍କୃତିକ ବିକାଶ ନିମନ୍ତେ ବିବିଧ ସଚେତନତାତ୍ମକ ତଥା ସୃଜନାତ୍ମକ କାର୍ଯ୍ୟ ବଳିର ପରିଚାଳନା, ସରକାରୀ ପ୍ରାୟୋଜିତ ଜନହିତକର କାର୍ଯ୍ୟକ୍ରମ ସହିତ ନିଜକୁ ସମ୍ପୃକ୍ତ ଜନଜାତି ଗୋଷ୍ଠିର ପାରମ୍ପରିକ ସାମାଜିକ ଅନୁଷ୍ଠାନ ଗୁଡିକର ଅନୁଶୀଳନ ଶହ ଗୋଷ୍ଠି ହିତାର୍ଥେ ତାର ପଞ୍ଚାୟତରାଜ ବ୍ୟବସ୍ଥା ଶହ ନିଜକୁ ବ୍ୟବସ୍ଥିତ ଢଙ୍ଗରେ ସାମିଲ କରାଇ ସମାଜର ବିକାଶ ପାଇଁ କାର୍ଯ୍ୟ କରିବା, ସମ୍ପୃକ୍ତ ଜନଜାତି ଗୋଷ୍ଠି ସହିତ ଜଡିତ ବିଶ୍ୱାସ ପରମ୍ପରା ସାହିତ୍ୟ, ନୃତ୍ୟ, ଗୀତ ସଂଗୀତ ମେଳା ମହୋତ୍ସବ ପ୍ରଭୁତି ସାଂସ୍କୃତିକ ସଂଗଠନ ସୁରକ୍ଷା, ସଂରକ୍ଷଣ ପରିଚାଳନା ଓ ପ୍ରସାର ପାଇଁ କାର୍ଯ୍ୟ କରିବା ଭଳି ଅନେକ ବିଷୟରେ ଆଲୋଚନା କରାଯାଇଥିଲା l

Leave a Reply

Your email address will not be published. Required fields are marked *