ଶେଷ ଦିନରେ ବାଇଧରଙ୍କ ବିଶାଳ ବାଇକ୍ ଶୋଭାଯାତ୍ରା ,
କାକଟପୁର, ୩୦.୦୫ ୨୦୨୪ ସାଧାରଣ ନିର୍ବାଚନ ପ୍ରଚାର ଶେଷ ଦିନରେ କାକଟପୁର ନିର୍ବାଚନ ମଣ୍ଡଳୀ ବିଜେପି ବିଧାୟକ ପ୍ରାର୍ଥୀ ବାଇଧର ମଲ୍ଲିକ ତାଙ୍କର ସହକର୍ମୀ ମାନଙ୍କ ସହ ୫ହଜାର ବାଇକ୍ ନେଇ ବିଶାଳ ଶୋଭାଯାତ୍ରାରେ ନିର୍ବାଚନୀ ପ୍ରଚାର କରିଛନ୍ତି।

ଗୋପ ବ୍ଲକ ନୂଆହାଟ ଠାରୁ ଜହ୍ନିବାଲିଆ ଦେଇ କୋଣାର୍କ ଅଭିମୁଖେ ବାହାରି ପଦ୍ମ ଚିହ୍ନରେ ଭୋଟ ଦେବାକୁ ନିର୍ବାଚନ ପ୍ରଚାର କରିଛନ୍ତି। ସ୍ୱତପ୍ରତ ଭାବେ ବିଭିନ୍ନ ପଞ୍ଚାୟତରୁ ୫ହଜାରରୁ ଉର୍ଦ୍ଧ୍ବ ବାଇକରେ କର୍ମୀ ମାନେ ବିଶାଳ ଶୋଭାଯାତ୍ରା କରିଥିଲେ। ଯାହା ଫଳରେ କାକଟପୁର ନିର୍ବାଚନ ମଣ୍ଡଳୀରେ ଶାସକ ବିଜେଡ଼ି ଦଳକୁ ହରାଇ ବିଜେପି ନୁଆ ପରିବର୍ତନ ଆଣିବ ବୋଲି ଅନୁମାନ କରାଯାଉଛି। ଏହି ଅବସରରେ ଦଳର ଷ୍ଟାର ପ୍ରଚାରକ ବିଶିଷ୍ଟ ବିଜେପି ନେତା କନକ ବର୍ଦ୍ଧନ ସିଂହଦେଓ ଓ ସିନେ ଅଭିନେତ୍ରୀ ପିଙ୍କି ପ୍ରଧାନ ପ୍ରମୁଖ ଯୋଗ ଦେଇ କର୍ମୀ ମାନଙ୍କୁ ଉତ୍ସାହିତ କରିବା ସହିତ ଭୋଟରଙ୍କୁ ପଦ୍ମ ଚିହ୍ନରେ ଭୋଟ ଦେବାକୁ ନିବେଦନ କରିଥିଲେ।
