ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ସାନଖେମୁଣ୍ଡି
:-୦୮/୧୦( ) ମଙ୍ଗଳବାର ଦିନ ସାନଖେମୁଣ୍ଡି ବ୍ଳକ କାର୍ଯ୍ୟାଳୟ ତରଫରୁ ସଭାଗୃହ ପରିସରରେ ତୃତୀୟ ତମ ପଞ୍ଚାୟତ ସମିତି ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ଳକ ଅଧ୍ୟକ୍ଷ ସିମାଞ୍ଚଳ ପାତ୍ରଙ୍କ ଅଧ୍ୟକ୍ଷତାରେ ବୈଠକରେ ସ୍ଥାନୀୟ ବ୍ଳକ ଉନ୍ନୟନ ଅଧିକାରୀ ଜିତେନ୍ଦ୍ର କୁମାର ମିଶ୍ର ସଂଯୋଜନା କରିଥିଲେ । ବୈଠକରେ ଆସିକା ସାଂସଦ ଅନୀତା ଶୁଭଦର୍ଶନୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ସେହିପରି ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ସ୍ବତନ୍ତ୍ର ଅତିଥି ଭାବେ ମଞ୍ଚାସୀନ ରହିଥିବା ବେଳେ ଅତିରିକ୍ତ ତହସିଲଦାର ଦିଲିପ କୁମାର ଜେନା , ବ୍ଳକ ଉପାଧ୍ୟକ୍ଷା ରିଙ୍କି ନାହକ , ବ୍ଲକ ସମ୍ପ୍ରସାରଣ ଅଧିକାରୀ ମୋନାଲିସା ପ୍ରମୁଖ ଅନ୍ଯତମ ଅତିଥି ରହିଥିଲେ । ବୈଠକ ପ୍ରାରମ୍ଭରେ ସ୍ବାଗତ ସମ୍ବର୍ଦ୍ଧନା ଜଣାଇବା ସହ ଜିପିଓ ଶ୍ରୀମତୀ ମୋନାଲିସା ପଞ୍ଚାୟତର ଉନ୍ନୟନ ମୂଳକ କାର୍ଯ୍ୟର ବିବରଣୀ ପଠନ କରିଥିଲେ । ଏହି ପରିପ୍ରେକ୍ଷୀରେ ବ୍ଳକ ଅଧିନସ୍ଥ ୨୬ ଗୋଟି ପଞ୍ଚାୟତରେ ରହିଥିବା ବିଭିନ୍ନ ମୌଳିକ ସମସ୍ୟାକୁ ନେଇ ନିର୍ବାଚିତ ପ୍ରତିନିଧି ମାନେ ମଞ୍ଚାସୀନ ଅତିଥିଙ୍କ ସହ ଆଲୋଚନା କରିଥିଲେ । ବୈଠକରେ ପାନୀୟଜଳ , ଶିକ୍ଷା , ସ୍ବାସ୍ଥ୍ୟ , ରାସ୍ତା ପ୍ରଶସ୍ତିକରଣ ଉପରେ , ଅଙ୍ଗନୱାଡ଼ି ଗୃହ ଉପରେ ବେଶ୍ ଆଲୋକପାତ ହୋଇଥିଲା । ସେହିପରି କୃଷି ବିଭାଗ , ଗ୍ରାମ୍ୟ ଉନ୍ନୟନ ବିଭାଗ , ବନବିଭାଗ , ମୃତ୍ତିକା ସଂରକ୍ଷଣ ବିଭାଗ , ଉଦ୍ୟାନ ବିଭାଗ , ଯୋଗାଣ ବିଭାଗ , କ୍ଷୁଦ୍ର ଜଳସେଚନ ବିଭାଗ , ଗ୍ରାମ୍ଯ ପାନୀୟଜଳ ଯୋଗାଣ , ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ପଞ୍ଚାୟତକୁ ଆସୁଥିବା ବିଭିନ୍ନ ଉନ୍ନୟନମୂଳକ ଯୋଜନାର ଉପସ୍ଥାପନା ନିର୍ବାଚିତ ପ୍ରତିନିଧିଙ୍କ ସହ କରିଥିଲେ । ବୈଠକରେ ବ୍ଳକରେ କାର୍ଯ୍ୟରତ ବିଭିନ୍ନ ବିଭାଗର କର୍ମକର୍ତ୍ତା ସମେତ ଜିଲ୍ଲା ପରିଷଦ , ସରପଞ୍ଚ , ସମିତି ସଭ୍ୟ ମାନେ ଉପସ୍ଥିତ ରହିଥିଲେ ।
