ସଦସ୍ୟତା ଅଭିଯାନ ୨୦୨୪ ପାଇଁ ବିଜେପିର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି
ଭଦ୍ରକ ଜିଲ୍ଲାରେ ବିଜେପିର ସଦସ୍ୟତା ଅଭିଯାନ ଭାରତୀୟ ଜନତା ପାର୍ଟି ପକ୍ଷରୁ ବିଜେପିର ସଂଗଠନ ସଦସ୍ୟତା ଅଭିଯାନ ୨୦୨୪ ଉଦ୍ଘାଟିତ ହୋଇଯାଇଛି ।

ଜିଲ୍ଲା ବିଜେପି ସଭାପତି ଶ୍ରୀ ଯୁକ୍ତ ହେମନ୍ତ କୁମାର ପାଢ଼ୀ,ଅଧ୍ୟକ୍ଷତାରେ ସ୍ଥାନୀୟ ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସାଂସଦ ଶ୍ରୀ ଯୁକ୍ତ ଅଭିମନ୍ୟୁ ସେଠୀ ସଦସ୍ୟତା ଗ୍ରହଣ ଉପରେ ଆଲୋକପାତ କରିବା ସହିତ ରାଜ୍ୟରେ ଏକ କୋଟିରୁ ଉର୍ଦ୍ଧ ସଦସ୍ୟ ବିଜେପି ସହିତ ଯୋଡି ହେବା ପାଇଁ ପ୍ରୟାସ ଜାରି ରଖିବା ପାଇଁ ଉଦ୍ୟମ ଜାରି ରହିଛି । ଜାତୀୟ ସ୍ତରରୁ ବୁଥ ସ୍ତର ପର୍ଯ୍ୟନ୍ତ କିପରି ସଙ୍ଗଠନ ମଜବୁତ ହେବ ସେଥିପାଇଁ ସମସ୍ତଙ୍କର ସହଯୋଗ ଆବଶ୍ୟକ ବୋଲି ଭଦ୍ରକ ସାଂସଦ କହିଛନ୍ତି ।
