କୁମୁଟିପେଣ୍ଠ ଗ୍ରାମରୁ ୧୨ ଫୁଟ ଲମ୍ବର ଅଜଗର ଉଦ୍ଧାର

ରାୟଗଡା ବ୍ଲକ ଅନ୍ତର୍ଗତ କୁମୁଟିପେଣ୍ଠ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ପରିସରରୁ ସର୍କଲ ଏକ ବିରାଟ ଅଜଗର ସାପ ଉଦ୍ଧାର କରାଯାଇଛି। ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟକୁ ଲାଗି ରହିଥିବା ବନ ବିଭାଗର କାର୍ଯ୍ୟାଳୟ ବର୍ଷା ଯୋଗୁଁ ଭାଙ୍ଗି ଯାଇ ଥିବାରୁ ଆଖପାଖ ଅତି ଜଙ୍ଗଲିଆ ହୋଇଥିଲା ।ତେଣୁ ଆଜି କିଛି ଶ୍ରମିକ ମାନଙ୍କୁ ନେଇ ଏହି ସବୁ ସ୍ଥାନକୁ ପରିଷ୍କାର କରୁଥିବା ବେଳେ ଦୃଷ୍ଟି ଏକ ବିରାଟ ଅଜଗର ଦୃଷ୍ଟି ଗୋଚର ହୋଇଥିଲା। ପାଖାପାଖି ୧୨ ଫୁଟର ଏହି ସାପକୁ ଦେଖି ସମସ୍ତ କାର୍ଯ୍ୟରତ ଶ୍ରମିକ ଡରି ଯାଇଥିଲେ । ରାଜସ୍ବ ନିରୀକ୍ଷକଙ୍କ କହିବା ଅନୁଯାୟୀ ରେ ଆଗରୁ ଅନେକ ଥର ସାପ ଏଠାରେ ବାହାରୁଥିବାର ନଜର ରହିଛି । ଏତେ ବଡ଼ ଅଜଗର ସାପ ସେ କେବେ ଦେଖି ନଥିଲେ । ସେ ସଙ୍ଗେ ସଙ୍ଗେ ସେହି ଗ୍ରାମର ବିଦ୍ୟୁତ୍ ବିଭାଗ ରେ କାମ କରୁଥିବା ଜି ଉମା ମହେଶ୍ୱର ରାଓ ଯେ, କି ସାପ ଧରା କୁ ନିଜ ନିଶା ମାନି ନେଇ ଏକ ସ୍ବେଛାସେବୀ ରୂପେ ଏଠି ସୁପରିଚିତ, ତାଙ୍କୁ ଡାକିଥିଲେ । ସଙ୍ଗେ ସଙ୍ଗେ ପହଞ୍ଚିଯାଇଥିଲେ ଉମା ଓରଫ ସ୍ନେକ ମ୍ୟାନ। ନା ଏହା ତାଙ୍କର ପେଶା,ନା ସେ ଏଥି ପାଇଁ ପ୍ରଶିକ୍ଷିତ, ହେଲେ ବି ଏହି ସ୍ନେକ ମ୍ୟାନ କ ନିଃସ୍ଵାର୍ଥପର ସେବା ତାଙ୍କୁ ପାଖାପାଖି ଅଞ୍ଚଳ ରେ ବେଶ୍ ଖ୍ୟାତି ଆଣିଦେଇଛି। ଅନେକଥର ସାପ ଠାରୁଚୋଟ ଖାଇବା ସତ୍ତ୍ୱେ ସେ ନିଜର ଏହି ନିଶା କୁ ନ ଛାଡ଼ି ଜନ ସେବାରେ ସର୍ପ ଉଦ୍ଧାର କାମକୁ ନିଃସ୍ଵାର୍ଥପର ଭାବେ ଚାଲୁ ରଖିଛନ୍ତି। ଶେଷରେ ଏହି ୧୨ ଫୁଟ ଲମ୍ବ ଅଜଗର କୁ ସେ ଉଦ୍ଧାର କରି କୁମୁଟିପେଣ୍ଠ ରେଞ୍ଜ ବନ ବିଭାଗ କର୍ମଚାରୀ ଶ୍ରୀ ପ୍ରସାଦ ବେହେରାଙ୍କ ସହ ମିଶି ଜନ ବସତିଠୁ ବହୁଦୂର ସିଲିଟି ଗୁଡାର ଘନ ଜଙ୍ଗଲରେ ଛାଡିଆସିଛନ୍ତି। ତଥାପି ଭୟଙ୍କର ସେ ସାପ ର ସ୍ମୃତି ଏଵଂ ସର୍ପ ଆତଙ୍କ ଲୋକଙ୍କ ମନରୁ ଲିଭିନି। ପ୍ରଶାସନ ସରକାରୀ କାର୍ଯ୍ୟାଳୟ ପରିସରକୁ ପରିଷ୍କାର କରି ସର୍ପ ଭୟ ମୁକ୍ତ ରଖିବାର କିଛି ପ୍ରୟାସ କଲେ ଲୋକ କିଛି ମାତ୍ରାରେ ଆଶ୍ବସ୍ତ ହୁଅନ୍ତେ। ସ୍ନେକ ଉମାଙ୍କ ସାହସ ଓ ସାପ ଧରା ନିଶାକୁ ସମସ୍ତେ ପ୍ରଶଂସା କରୁଛନ୍ତି । ନିଳାମ୍ବର ମିଶ୍ରଙ୍କ ରିପୋର୍ଟ ରାୟଗଡା ।

Leave a Reply

Your email address will not be published. Required fields are marked *