ମେଗା ସପିଙ୍ଗ ବଜାରରେ ବଢୁଛି ଜନଗହଳି

ମେଗା ସପିଙ୍ଗ ବଜାରରେ ବଢୁଛି ଜନଗହଳି | ଭୁବନେଶ୍ୱର, ସ୍ଥାନୀୟ ସହିଦନଗର ଦୁର୍ଗାପୂଜା ମଣ୍ଡପ ପଡିଆରେଘରକରଣା ସମସ୍ତ ଜିନିଷ ପ୍ରଦର୍ଶନୀ ମେଗା ସପିଙ୍ଗ ବଜାର ଭଲ ଆଦୃତ ହୋଇପାରିଛି | ଏଠାରେ ବିଭିନ୍ନ ଜିଲ୍ଲାରୁ ବ୍ୟବସାୟୀ ମାନେ ଆସି ଭାଗ ନେଇଛନ୍ତି | ଏହି ବଜାର ଗତ 18ଦିନ ହେଲା ଚାଲି ଆସୁଛି ଓ ଆହୁରି ମାସେ ଚାଲିବା ସହ ସନ୍ଧ୍ୟା ବେଳେ ଭଲ ଭିଡ଼ ହେଉଛି ବୋଲି କହିଛନ୍ତି ପ୍ରଦର୍ଶନୀର ମୁଖ୍ୟ ଆୟୋଜକ ଅଜୟ ସାମଲ |

ସେହିପରି ଏଠାରେ ସବୁ ଅତ୍ୟାବଶ୍ୟକ ଘର ଜିନିଷ ମିଳୁଛି ଭଲ ଲାଗୁଛି କିଣିବାକୁ ଆସିଛୁ ବୋଲି କହିଛନ୍ତି ଗ୍ରାହକ ଶୁଭେଛୁ ସାହୁ | ଆମେ ସବୁ କ୍ୱାଲିଟି ଜିନିଷ ଆଦିବାସୀ ମାନଙ୍କ ଦ୍ୱାରା ଉତ୍ପନ ଜିନିଷ ଆଣିଛୁ ବୋଲି କହିଛନ୍ତି ଫୁଲବାଣୀରୁ ରାଷ୍ଟ୍ରପତି ପୁରସ୍କାର ପାଇଥିବା ସମାଜସେବୀ ବିନୋଦିନୀ ରଥ.

Leave a Reply

Your email address will not be published. Required fields are marked *