ଧର୍ମପରାୟଣ ମହିଳା ସ୍ବର୍ଣ୍ଣ ଲତା ସାହୁଙ୍କ ସ୍ମୃତି ସଭା

ତିର୍ତ୍ତୋଲ :ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନିମୁଳ ପଞ୍ଚାୟତ ଗଇଠିପୁର ଗ୍ରାମର ସ୍ବର୍ଗତ ମକର ଚରଣ ସାହୁଙ୍କ ଧର୍ମପତ୍ନୀ ଧର୍ମପରାୟଣ ମହିଳା ସ୍ବର୍ଗତା ସ୍ବର୍ଣ୍ଣଲତା ସାହୁଙ୍କ ନିଜ ବାସଭବନରେ ରାମାୟଣୀ ପଣ୍ଡିତ ଅଭୟ ଦାଶଙ୍କ ପୌରାହିତ୍ୟରେ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି l ଏଥିରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ସ୍ବର୍ଗତା ସାହୁଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ ଓ ପ୍ରଦ୍ବୀପ ପ୍ରଜ୍ବଳନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l ବଡ଼ପୁତ୍ର ରବୀନ୍ଦ୍ର କୁମାର ସାହୁ, ରଞ୍ଜନ କୁମାର ସାହୁ, ନରେନ୍ଦ୍ର କୁମାର ସାହୁ, ସୁରେନ୍ଦ୍ର କୁମାର ସାହୁ, ପୁତ୍ରବଧୂ ଇତିଶ୍ରୀ ସାହୁ, ଅଞ୍ଜନା ବାଳା ସାହୁ, କୁନି ଲତା ସାହୁ, ଡଲି ରାଣୀ ପୃଷ୍ଟି, ଝିଅ ବନାଲତା ସାହୁ, ନିବେଦିତା ସାହୁ, ସସ୍ମିତା ସାହୁ, ପ୍ରତାପ ସାହୁ, ଅକ୍ଷୟ ସାହୁ, ନାତୁଣୀ ମାମା, ପୂଜା, ଗୁଡ଼ି, ବେବି, ଖୁସି, ନାତି ଗୁଡ଼ୁ, ବବୁଲ, କ୍ରିଷ୍ଣା, ଜିତୁ ନିତୁ, ନିତା, ସୋମାଲିସା, ରିଷି, ସ୍ନେହା, ଓମ ସୋମ, ଅଂଶୁ, ପରି, ଶ୍ରୀଙ୍କ ସମେତ ବନ୍ଧୁ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ରହି ସ୍ମୃତି ଚାରଣ କରିଥିଲେ l ସ୍ମୃତି ଚାରଣ ସଭାରେ ସ୍ଥାନୀୟ ଅଂଚଳର ବହୁ ବ୍ୟକ୍ତି ବିଶେଷ ମାନେ ଯୋଗଦେଇ ପୁଷ୍ପମାଲ୍ୟ ଅର୍ପଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l

Leave a Reply

Your email address will not be published. Required fields are marked *