ଶ୍ରୀମନ୍ଦିରରେ ଦଶହରା ଉତ୍ସବ ରେ ଚତୁର୍ଦ୍ଧାମୂର୍ତ୍ତି ଙ୍କ ସୁନାବେଶ

ଶ୍ରୀମନ୍ଦିରରେ ଦଶହରା ଉତ୍ସବ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି । ଏହି ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନଙ୍କ ସୁନାବେଶ ଅନୁଷ୍ଠିତ ହୋଇଥିଲା । ପବିତ୍ର ଦଶହରା ଅବସରରେ ଶ୍ରୀମନ୍ଦିରରେ ଆୟୁଧ ପୂଜାନୀତି ସମ୍ପର୍ଣ୍ଣ କରାଯାଇଥିଲା। ଏହି ବେଶରେ ପାଞ୍ଚଖଣ୍ତ ଆଜ୍ଞାମାଳ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରାଯାଇଥିଲା। ସକାଳଧୂପ ସରିବା ପରେ ଆୟୁଧମାନଙ୍କୁ ମହାସ୍ନାନ ପୂର୍ବକ ବରୁଣ ପୂଜା କରାଯାଇଥିଲା। ମେକାପ ତିନୋଟି ରୁପା ଥାଳିରେ ଆୟୁଧ ରଖି ତଳୁଛ ଓ ପ୍ରଧାନୀ ସେବାୟତଙ୍କ ସହ ତିନିଥର ବଡ଼ଦେଉଳକୁ ପରିକ୍ରମା କରିବା ପରେ ପୁଷ୍ପାଳକ ବଳଭଦ୍ରଙ୍କ ବାଡ଼ରେ ହଳମୂଷଳ, ସୁଭଦ୍ରାଙ୍କ ବାଡ଼ରେ ସୁବର୍ଣ୍ଣ ତଡ଼କୀ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଶଙ୍ଖ ଚକ୍ର ଆୟୁଧ ଲାଗି କରିଥିଲେ। ମହାପ୍ରଭୁଙ୍କ ଏହି ଦୁର୍ଲଭ ସୁନାବେଶ ଦର୍ଶନ କରି ଭକ୍ତମାନେ ନିଜକୁ ଧନ୍ୟ ମନେ କରିଥିଲେ । ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନ କଲେ ଅନନ୍ତ କୋଟି ପୁଣ୍ୟଫଳ ମିଳିଥାଏ ବୋଲି ବିଶ୍ଵାସ ରହିଛି। ସେପଟେ ମଙ୍ଗଳବାର ବିଭିନ୍ନ ଶକ୍ତୀପୀଠ ମାନଙ୍କରେ ମାଙ୍କର ବିଶ୍ରାମ ଥିବାବେଳେ ବୁଧବାର ଦଶମୀ ପୂଜା ଅନୁଷ୍ଠିତ ହୋଇଛି। ଦଶହରା ଅବସରରେ ମା ବିମଳାଙ୍କ ପ୍ରତିନିଧି ଭାବେ ପୂଜା ପାଉଥିବା ମା କାକୁଡ଼ିଖାଇଙ୍କର ବୁଧବାର ରାତିରେ ବିସର୍ଜନ ଅନୁଷ୍ଠିତ ହୋଇଛି | ଆଜି ଅନ୍ୟ ସମସ୍ତ ଗୋଷାଣୀ ମାନଙ୍କର ଶ୍ରୀମନ୍ଦିର ସମ୍ମୁଖରେ ଦେବୀସଭା ଅନୁଷ୍ଠିତ ହେବ। ଏକାଦଶୀ ମହାଦୀପ ଉଠିବା ପରେ ସମସ୍ତ ଗୋଷାଣିଙ୍କ ବିସର୍ଜନ ଅନୁଷ୍ଠିତ ହେବ। ଅନ୍ୟପଟେ ଗୁରୁବାର ଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ମହାପ୍ରଭୁଙ୍କ କାର୍ତ୍ତିକ ନୀତି। ଆଶ୍ୱିନ ଶୁକ୍ଳ ଏକାଦଶୀ ଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ଏହି ନୀତି ମହାପ୍ରଭୁଙ୍କର ଚାଲିବାକୁ ଥିବାବେଳେ ଏକମାସ ଧରି ମହାପ୍ରଭୁଙ୍କୁ ସ୍ୱତନ୍ତ୍ର ବାଳଭୋଗ ସହ ରାଧାଦାମୋଦର ବେଶ କରାଯିବ। ହବିଶ୍ୟାଳି ମା ଯଥା କାର୍ତ୍ତିକ ବ୍ରତଧାରୀ ଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ସହ କିଭଳି ସୁଲଭ ମୂଲ୍ୟରେ ସମସ୍ତେ ମହାପ୍ରସାଦ ପାଇପାରିବେ ସେନେଇ ଛତିଶା ନିଯୋଗ ସହ ଆଲୋଚନା ହୋଇଥିବା କହିଛନ୍ତିଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ ପାଇଁ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

Leave a Reply

Your email address will not be published. Required fields are marked *