ନାବାଳିକା ଉଦ୍ଧାର, ଜେଲ୍ ଗଲା ଅଭିଯୁକ୍ତ ଯୁବକ
କାକଟପୁର – କାକଟପୁର ଥାନା ଅଞ୍ଚଳର ଜଣେ ନାବାଳିକାକୁ ନେଇ ଫେରାର ହୋଇଥିବା ଜଣେ ଯୁବକକୁ ପୋଲିସ୍ ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ଅଞ୍ଚଳରୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏଥି ସହିତ ନାବାଳିକାକୁ ଉଦ୍ଧାର କରିଛି। ନାବାଳିକା ଅପହରଣ ନେଇ ପରିବାର

ଲୋକଙ୍କ ଅଭିଯୋଗ କ୍ରମେ କାକଟପୁର ପୋଲିସ୍ ୨୭୨/୨୦୨୬ ରେ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ କରି ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ଅଞ୍ଚଳରୁ ଠାବ କରିଥିଲା। ନାବାଳିକାକୁ ଉଦ୍ଧାର କରିବା ସହ ଅଭିଯୁକ୍ତ ଯୁବକକୁ ଗିରଫ କରିଥିଲା ପୋଲିସ୍। ଅଭିଯୁକ୍ତ ଯୁବକ ବଡଓଲଙ୍ଗର ଗ୍ରାମର ପିଣ୍ଟୁ ସ୍ବାଇଁ (୧୯) ବୋଲି ପୋଲିସ୍ ସୂଚନା ଦେଇଛି।
