କୋଣାର୍କରେ ସେକ୍ସ ରାକେଟ ପର୍ଦାଫାର୍ସ !
କୋଣାର୍କ- କୋଣାର୍କ ପୋଲିସକୁ ଏକ ବଡ ସଫଳତା ମିଳିଛି। ଏକ ସାହିରେ ଘର ଭଡ଼ା ନେଇ ଚାଲୁଥିବା ସେକ୍ସ ରାକେଟ ପର୍ଦାଫାର୍ସ କରିଛି ପୋଲିସ୍ ! ଏନେଇ ଜୈନିକ ମହିଳାଙ୍କ ଅଭିଯୋଗକ୍ରମେ କୋଣାର୍କ ପୋଲିସ୍ ଦୁଇ ଜଣ ଦଲାଲ୍ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଜଣେ ଗ୍ରାହକଙ୍କୁ ଅଧିକ ପଚରାଉଚରା ପାଇଁ ଥାନାରେ ଅଟକ ରଖିଥିବା ଜଣାପଡିଛି। ସୂଚନା ଅନୁଯାୟୀ କାକଟପୁର ଅଞ୍ଚଳର ଜୈନିକ ମହିଳାଙ୍କ ଅଭିଯୋଗ ଅନୁଯାଇ କୋଣାର୍କ ବେହେରା ସାହିରେ ଘର ଭଡ଼ା ନେଇ ନିଜ ସ୍ତ୍ରୀ ସହିତ ରହୁଥିବା ଜଣେ ଯୁବକ ଓ ଧନିତ୍ରୀ ଅଞ୍ଚଳର ଜଣେ ମହିଳା ତାଙ୍କୁ ଅଧିକ ରୋଜଗାର ପାଇଁ ଦେହ ବେପାରରେ ସାମିଲ କରିଥିଲେ। ଟଙ୍କା ଦେବା ନେବା କୁ ନେଇ ବିବାଦ ଉପୁଜିବାର ଉକ୍ତ ମହିଳା କୋଣାର୍କ ଥାନାରେ ଅଭିଯୋଗ କରିଥିଲେ। କୋଣାର୍କ ପୋଲିସ୍ ଖବରକୁ ଗୁରୁତର ଭାବି ତଦନ୍ତ କରି ଜଣେ ଗ୍ରାହକ ଓ ଜଣେ ମହିଳାଙ୍କ ଓ ଅନ୍ୟଜଣେ ଦଲାଲ ଙ୍କୁ ଗିରଫ କରିଥିଲେ।

ତଦନ୍ତ ପରେ ପୀଡିତା ଙ୍କୁ ଡାକ୍ତରୀ ମଇନା ପାଇଁ ମେଡ଼ିକାଲ ପଠା ଯାଇଥିଲା। ଗ୍ରାହକ ଜଣଙ୍କୁ ଅଟକ ରଖାଯାଇ ପଚରାଉୁଚରା ଜାରି ରହିଛି। ଏଥି ସହିତ ଜଣେ ମହିଳାଙ୍କ ସହ ଅନ୍ୟ ଜଣେ ଯୁବକ ଦୁଇ ଦଲାଲ ଙ୍କୁ କୋର୍ଟ ଚାଲାଣ କରାଯାଇଛି। କୋଣାର୍କ ପୋଲିସ୍ ୨୩୩/୨୦୨୬ ରେ ଏକ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି। କୋଣାର୍କରେ ଛତୁ ଫୁଟିଲା ପରି ଖୋଲିଥିବା ବିଭିନ୍ନ ଲଜ ଓ କଲ୍ୟାଣ ମଣ୍ଡପରେ ଦେହ ବେପାର ହେଉଥିବା ସବୁବେଳେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏହି ଘଟଣା କୋଣାର୍କ ପାଇଁ ଲଜ୍ୟା ଜନକ ବୋଲି ସ୍ଥାନୀୟ ଲୋକମାନେ ନିନ୍ଦା କରିଛନ୍ତି।
