ମିସ୍ ଛତ୍ରପୁର କରୀନା ଦାସଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଗଲା

ବ୍ରହ୍ମପୁର ୧୪/୫ ( ):ସଲମାନ ଡ୍ୟାନ୍ସ ଏକାଡେମୀ ତରଫରୁ ଛତ୍ରପୁର ସଂସ୍କୃତି ଭବନ ପରିସରରେ ଆୟୋଜିତ ରାଜ୍ୟ ସ୍ତରୀୟ ନୃତ୍ୟ ପ୍ରତିଯୋଗିତା ଓ ମିସ୍ ଛତ୍ରପୁର ୨୦୨୬ ରେ କରୀନା ଦାସ ମିସ୍ ଛତ୍ରପୁର ଭାବେ ବିଜୟୀ ମୁକୁଟ ପରିଧାନ କରିଥିଲେ । କରୀନା ଙ୍କ ଏପରି ସଫଳତା ଲାଗି ତାଙ୍କୁ ବିଭିନ୍ନ ମହଲରୁ ଶୁଭକାମନା ଜ୍ଞାପନ କରାଯାଇଛି ।ଏହି ପରିପ୍ରେ କ୍ଷୀରେ ବ୍ରହ୍ମପୁର ଠାରେ କରୀନା ଙ୍କୁ ସ୍ଵଗି ଡ୍ୟାନ୍ସ ଏକାଡେମୀ ଓ ଶ୍ରୁତି ଡ୍ୟାନ୍ସ ଏକାଡ଼େମୀ ତରଫରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।ଏହି ଅବସରରେ ଅତିଥି ରୂପେ ବରିଷ୍ଠ ସାମ୍ୱାଦିକ ତଥା ଗାୟକ ସୁଦୀପ କୁମାର୍ ସାହୁ , ସ୍ଵଗୀ ଡ୍ୟାନ୍ସ ଏକାଡ଼େମୀ ମୁଖ୍ୟ ତଥା ଫ୍ୟାସନ ମଡେଲର କିରନ ଚୌଧୁରୀ , ଶ୍ରୁତି ଡ୍ୟାନ୍ସ ର ମୁଖ୍ୟ ସଂତୋଷିନି ବେହେରା ପ୍ରମୁଖ ଯୋଗ ଦେଇଥିଲେ । କରୀନା ଙ୍କ ପିତା ଗୋଳାବନ୍ଧ ନିବାସୀ ସନତ କୁମାର୍ ଦାସ ଓ ମାତା ମଧୁସ୍ମିତା ଦାସ ଙ୍କ ସମେତ ବହୁ ମଡେଲର, ଶୁଭେଚ୍ଛୁଓ ପରିବାର ବର୍ଗ ଉପସ୍ଥିତ ରହି କରୀନା ଙ୍କୁ ପୁଷ୍ପ ଗୁଚ୍ଛ ପ୍ରଦାନ କରିବା ସହ କେକ କାଟି ଶୁଭକାମନା ଜଣାଇଥିଲେ। ଆଗକୁ ମଧ୍ୟ କରୀନା ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିବା ଲାଗି ଆଗ୍ରହ ପ୍ରକାଶ କରିଛନ୍ତି । ସୂଚନା ଯୋଗ୍ୟ କରୀନା ଗୋଳାବନ୍ଧ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ରେ ଯୁକ୍ତ ୨ଦ୍ୱିତୀୟ ବର୍ଷ ରେ ଅଧ୍ୟୟନ କରୁଛନ୍ତି । ଏପରି ସଫଳତା ଲାଗି ସେ ମଡେଲର କିରନ୍ ଆଉ ନିଜ ପିତା ମାତା ଙ୍କୁ କୃତଜ୍ଞତା ଜଣାଇଛନ୍ତି । କରୀନା ମଡେଲିଙ୍ଗ ସହ ନୃତ୍ୟ,ସଂଯୋଜନା ଓ ପଢ଼ିବାକୁ ଭଲ ପାଆନ୍ତି ।

Leave a Reply

Your email address will not be published. Required fields are marked *