ଶ୍ରୀ ଶ୍ରୀ ଗ୍ରାମ ବାସୟ ମହାବୀର ହନୁମାନଙ୍କ ୧୪ ତମ ବାର୍ଷିକ ଉତ୍ସବ ନଳାଗ ର ରଙ୍ଗ ରାଜ ପୁର ଠାରେ ଅନୁଷ୍ଠିତ
ଶ୍ରୀ ଶ୍ରୀ ଗ୍ରାମ ବାସୟ ମହାବୀର ହନୁମାନଙ୍କ ୧୪ ତମ ବାର୍ଷିକ ଉତ୍ସବ ନଳାଗ ର ରଙ୍ଗ ରାଜ ପୁର ଠାରେ ଅନୁଷ୍ଠିତ ହୋଇଯାଇଛି।ଭଦ୍ରକ, ଏହି ଭଦ୍ରକ ବ୍ଲକ ଅନ୍ତର୍ଗତ ନଳାଙ୍ଗ ରଙ୍ଗ ରାଜ ପୁର ଗ୍ରାମ ରେ ହନୁମାନ ଙ୍କ ୧୪ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ମଙ୍ଗଳ ବାର ଦିନ କଳସ ଶୋଭାଯାତ୍ରା ବୁଧବାର ଅଙ୍କୁରା ରୋପଣ ଗୁରୁବାର ଦିନ ମହାବୀର ହନୁମାନ ନୂତନ ମନ୍ଦିର ସହ ବିଘ୍ରର ପ୍ରାଣପ୍ରତିଷ୍ଠା ଯଞ ,ଉତ୍ସବ ଅତ୍ୟନ୍ତ ଆଡମ୍ବରପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଯାଇଛି। ଏଥିଲାଗି ପୂରା ଗ୍ରାମ ଧାର୍ମିକ ଉତ୍ସାହରେ ମହିମାମୟ ହୋଇଯାଇଥିଲା। ଏହି ପବିତ୍ର ଅବସରରେ ୩ ଜଣ ବ୍ରାହ୍ମଣଙ୍କ ଦ୍ୱାରା ବେଦିକ ମନ୍ତ୍ରୋଚ୍ଚାରଣ ସହ ମଙ୍ଗଳମୟ ପୂଜାର୍ଚ୍ଚନା ଓ ଯଜ୍ଞାନୁଷ୍ଠାନ ଶାସ୍ତ୍ରୋକ୍ତ ଭାବେ ସମ୍ପନ୍ନ ହୋଇଥିଲା। ମନ୍ତ୍ରଧ୍ୱନି ଓ ଘଂଟନାଦରେ ସମଗ୍ର ପରିବେଶ ଆଧ୍ୟାତ୍ମିକ ମାହୋଲରେ ମଗ୍ନ ହୋଇପଡ଼ିଥିଲା। ଉତ୍ସବର କର୍ତା ଭାବେ ପ୍ରଣୟ ରଞ୍ଜନ ପାତ୍ର ଓ ତାଙ୍କ ସ୍ତ୍ରୀ ପ୍ରମୋଦିନି ପାତ୍ର ନିଷ୍ଠାର ସହିତ ସମସ୍ତ କାର୍ଯ୍ୟ ସମ୍ଭାଳିଥିଲେ। ସେମାନଙ୍କର ପ୍ରୟାସ ଓ ଗ୍ରାମବାସୀଙ୍କ ସହଯୋଗରେ ସୁଚାରୁ ଭାବେ ସମ୍ପନ୍ନ ହୋଇଥିଲା। ଏହି ଅବସରରେ ବହୁ ସଂଖ୍ୟକ ଭକ୍ତମାନେ ଯୋଗଦେଇ ମହାବୀର ହନୁମାନଙ୍କ ଆଶୀର୍ବାଦ ଲାଭ କରିଥିଲେ। ଶେଷରେ ପ୍ରସାଦ ବଂଟନ ସହ ଉତ୍ସବର ସମାପନ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ମନ୍ଦିର ର ସଭାପତି ବିଦ୍ୟାଧର ରାଉତ,ଉପ ସଭାପତି ପଞ୍ଚାନନ ବିଶ୍ବାଳ, ସୁଶାନ୍ତ ପାତ୍ର, ମୃତ୍ୟୁଞ୍ଜୟ ମହାନ୍ତି, ଆଶିଷ ମହାପାତ୍ର, ରାଜେନ୍ଦ୍ର ରାଉତ, ଜଗନ୍ନାଥ ରାଉତ, କ୍ରୀଷ୍ଣା ପ୍ରିୟା ପାତ୍ର ସହଯୋଗ କରି କାର୍ଯ୍ୟକ୍ରମ ସଫଳ କରାଇଥିଲେ।
