ନିଜ ଲିଖିତ ଓଡ଼ିଆ ଆଲବମ୍ “ଚାଲ୍ ଜହ୍ନକୁ ପଚାରିବା” କୁ ଉଦଘାଟନ କଲେ ବିଧାୟକ ଅରୁଣ
ନୟାଗଡ଼, ୨୪.୫ ଭରା ପ୍ରେକ୍ଷାଳୟରେ ନୟାଗଡ଼ ପଠାଣୀ ସାମନ୍ତ ପ୍ରେକ୍ଷାଳୟରେ ଉଦଘାଟିତ ହୋଇଯାଇଛିଓଡ଼ିଆ ଆଲବମ୍ “ଚାଲ୍ ଜହ୍ନକୁ ପଚାରିବା” |ଏହାକୁ ଆଲବମଟିର ଲେଖକ ସ୍ଥାନୀୟ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ନିଜେ ମୁଖ୍ୟ ଅତିଥି ଭାବେ ପ୍ରେକ୍ଷାଳୟରେ ରବିବାର ସନ୍ଧ୍ୟାରେ ଉଦଘାଟନ କରିଛନ୍ତି|ଗୀତଟିରେ ସ୍ୱର ଅଧ୍ୟାପକ ଆଶୁତୋଷ ମିଶ୍ର କରିଥିବାବେଳେ କାର୍ଯ୍ୟକ୍ରମଟି ଅଧ୍ୟାପିକା ନୀଳିମା ନନ୍ଦ ଏବଂ ପ୍ରଖ୍ୟାତ ନାଟ୍ୟାଭିନେତା ଦେବେନ୍ଦ୍ର ପରମଗୁରୁଙ୍କ ସଂଯୋଜନାରେ ସମ୍ମାନିତ ଅତିଥି ଭାବେ ଓଡ଼ଗାଁ ବ୍ଲକ ଚେୟାରମ୍ୟାନ ଲୋକନାଥ ସାହୁ ଏବଂ ନୟାଗଡ଼ ମୁନିସିପାଲଟି ଅଧ୍ୟକ୍ଷା ନିରୁପମା ଖଟେଇ ଉପସ୍ଥିତ ଥିଲେ । ଏହି ଆଲବମରେ ଅଭିନୟ କରିଛନ୍ତି ସାବେରୀ ଏବଂ ଆଶୁ । ବସନ୍ତରାଜ। ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ରକ୍ ଡ୍ୟାନ୍ସ ଗୃପର ନିର୍ଦ୍ଦେଶକ ଅରବିନ୍ଦ।
