ଧର୍ମଶାଳା ଅଞ୍ଚଳର ବିଭିନ୍ନ ଗଜଲକ୍ଷ୍ମୀ ପୂଜା ମଣ୍ଡପ ପରିଦର୍ଶନ କରି ଆଶୀର୍ବାଦ ଲାଭ କଲେ ବିଧାୟକ ହିମାଂଶୁ
ଧର୍ମଶାଳା ଅଞ୍ଚଳର ବିଭିନ୍ନ ଗଜଲକ୍ଷ୍ମୀ ପୂଜା ମଣ୍ଡପ ପରିଦର୍ଶନ କରି ଆଶୀର୍ବାଦ ଲାଭ କଲେ ବିଧାୟକ ହିମାଂଶୁ ଧର୍ମଶାଳା: = ପବିତ୍ର ଗଜଲକ୍ଷ୍ମୀ ପୂଜା ଅବସରରେ ଧର୍ମଶାଳା ନିର୍ବାଚନମଣ୍ଡଳୀର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କରିଛନ୍ତି ଧର୍ମଶାଳାର ମାନ୍ୟବର ବିଧାୟକ ଶ୍ରୀ ହିମାଂଶୁ ଶେଖର ସାହୁ।ବିଧାୟକ ଶ୍ରୀ ସାହୁ ବିଭିନ୍ନ ପୂଜା ମଣ୍ଡପରେ ପହଞ୍ଚି ଧନଧାନ୍ୟ ଓ ସମୃଦ୍ଧିର ଦେବୀ ମା’ ଗଜଲକ୍ଷ୍ମୀଙ୍କ ଦର୍ଶନ କରିବା ସହ ମା’ଙ୍କ ନିକଟରେ ଧର୍ମଶାଳାବାସୀଙ୍କ ସୁଖ, ଶାନ୍ତି, ସମୃଦ୍ଧି ଓ ମଙ୍ଗଳ କାମନା କରିଥିଲେ।ଏହି ଅବସରରେ ବିଭିନ୍ନ ପୂଜା କମିଟିର ସଦସ୍ୟ, ସ୍ଥାନୀୟ ଜନସାଧାରଣ ଓ ଶ୍ରଦ୍ଧାଳୁମାନଙ୍କ ସହ ମିଶି ବିଧାୟକ ଶ୍ରୀ ସାହୁ ଶୁଭେଚ୍ଛା ବିନିମୟ କରିଥିଲେ।ଧର୍ମଶାଳାର ସାଂସ୍କୃତିକ ପରମ୍ପରା, ଭାଇଚାରା ଓ ଆଧ୍ୟାତ୍ମିକ ଚେତନାକୁ ଅକ୍ଷୁଣ୍ଣ ରଖିବାରେ ଏଭଳି ପର୍ବପର୍ବାଣିର ଗୁରୁତ୍ୱ ରହିଛି। ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦରେ ପ୍ରତ୍ୟେକ ପରିବାରରେ ସୁଖ, ସମୃଦ୍ଧି ଓ ଶାନ୍ତି ବିରାଜମାନ କରୁ ବୋଲି ବିଧାୟକ କାମନା କରିଥିଲେ।ପୂଜା ମଣ୍ଡପ ପରିଦର୍ଶନ ସମୟରେ ବିଧାୟକଙ୍କ ସହ ସ୍ଥାନୀୟ କର୍ମକର୍ତ୍ତା ଓ ଅନେକ ଶୁଭେଚ୍ଛୁ ଉପସ୍ଥିତ ଥିଲେ।ଧର୍ମଶାଳାର ଆଧ୍ୟାତ୍ମିକ ପରିବେଶ ଓ ଉତ୍ସବମୁଖର ମାହୋଲ ମଧ୍ୟରେ ବିଧାୟକଙ୍କ ଏହି ପୂଜା ମଣ୍ଡପ ପରିଦର୍ଶନ ଏକ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା।
