ମୋବାଇଲ ଟାୱାରରୁ ନେଟୱାର୍କ ମେସିନ ଚୋରି କରି ଧରାପଡ଼ିଲେ ୭ ଜଣ
ବିରାଟ ଅନ୍ତରାଜ୍ୟ ମୋବାଇଲ ଟାୱାର ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ଭଦ୍ରକ ଜିଲ୍ଲା ଧୁଷୁରୀ ପୋଲିସ। ଘଟଣାରେ ୭ ଜଣ ଲୁଟେରାଙ୍କୁ ଗିରଫ କରିବା ସହ ସେମାନଙ୍କ ପାଖରୁ ପ୍ରାୟ ୫୦ ଲକ୍ଷ ଟଙ୍କାର ଚୋରି ସାମଗ୍ରୀ ଜବତ କରିଛି। ଏହାସହ ଏହି ଗୋଷ୍ଠୀରେ ଆହୁରି ଅନେକ ଲୋକ ସାମିଲ ଥିବା ପୋଲିସ କହିଛି।

ସେମାନଙ୍କୁ ଧରିବା ଲାଗି ପଦକ୍ଷେପ ନିଆଯାଉଛି ବୋଲି ପୋଲିସ ସୂଚନା ଦେଇଛି। ଧୁଷୁରୀ ଥାନାର ଏସ୍ଆଇ ବାସୁଦେବ ଓରାମ ଏବଂ ଏ ଏସ୍ ଆଇ ପରମାନନ୍ଦ ସାମଲଙ୍କୁ ନେଇ ଗଠିତ ସ୍ବତନ୍ତ୍ର ଟିମ୍ ଏହି ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି।
