ଅଷ୍ଟ୍ରେଲିଆରେ ମୋଦିଙ୍କୁ ମିଳିଲା ଗାର୍ଡ ଅଫ ଅନର

ସିଡନୀ,୨୪।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ’୨୨ରେ ଅଷ୍ଟ୍ରେଲିଆରେ ପହଞ୍ଚିଥିଲେ। ଦୁଇ ଦିନିଆ ଗସ୍ତର ଶେଷ ଦିନରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିସଙ୍କର ସାକ୍ଷାତ ହୋଇଥିଲେ। ବୁଧବାର ସକାଳେ ଆଲାବାନିସ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆଲିଙ୍ଗନ କରି ସ୍ବାଗତ କରିଥିଲେ। ସିଡନୀରେ ଆଡମିରାଲ୍ଟି ହାଉସରୁ ଅଷ୍ଟ୍ରେଲିଆ ସେନାଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା, ଏହା ପରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଆଲବାନିସ ପରସ୍ପର ସହ ଆଲୋଚନା କରିଥିଲେ।
ଅଷ୍ଟ୍ରେଲୀୟ ସଂସଦରେ ବିରୋଧୀ ଦଳର ନେତା ପିଟର ଡଟନ ମୋଦିଙ୍କୁ ଭେଟିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅନୁଯାୟୀ ପ୍ରଧାନମନ୍ତ୍ରୀ ଅଷ୍ଟ୍ରେଲିଆର ଉଭୟ ଦଳର ନେତାଙ୍କ ସହ ଆଲୋଚନା କରି ଉଭୟ ଦେଶର ବିକାଶକୁ ପ୍ରଶଂସା କରିଛନ୍ତି। ଉଭୟ ନେତା ବିଶ୍ୱସ୍ତରୀୟ ବିକାଶ ସହିତ ଆଞ୍ଚଳିକ ବିକାଶ ଉପରେ ଆଲୋକପାତ କରିଥିଲେ। ଆଲୋଚନାରେ ଉଭୟ ଦେଶ ମଧ୍ୟ ନାଗରିକଙ୍କ ସ୍ବାର୍ଥର ବିଭିନ୍ନ ଦିଗକୁ ଅନ୍ତର୍ଭୁକ୍ତ କରିଥିଲେ।

Leave a Reply

Your email address will not be published. Required fields are marked *