ଆସିକା ନଳବଣ୍ଟାରୁ ୧୦ ଲକ୍ଷରୁ ଅଧିକ ବାଣ ଜବତ
ଗଞ୍ଜାମ ଜିଲ୍ଲା ଆସିକା ନଳବଣ୍ଟାରେ ବେଆଇନ ବାଣ ପ୍ରସ୍ତୁତି ଚାଲିଥିଲା । କୌଣସି ସୂତ୍ରରୁ ଖବର ପାଇ ଆସିକା ପୋଲିସ ଓ କୋଟିନଡା ପୋଲିସ ମିଳିତ ଚଢାଉ କରିଥିଲେ। ଚଢାଉ ପରେ ୧୦ ଲକ୍ଷରୁ ଅଧିକ ଟଙ୍କାର ବାଣ ଓ ବାଣ ତିଆରି ସାମଗ୍ରୀ ଜବତ କରିଛି ପୋଲିସ । ତାଳ ଫଟୋକା ,କୁମ୍ପି, ରକେଟ,ତଳ ଚକ୍ରି ଓ ଉପର ଚକ୍ରି ପରି ବିଭିନ୍ନ ରକମର ବାଣ ଜବତ ହୋଇଛି ।

୩ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଚଢାଉରେ ଏସଡିପିଓ ସଂଜୟ କୁମାର ମହାପାତ୍ର,ଆସିକା ଥାନା ଅଧିକାରୀ ରାଜେନ୍ଦ୍ର ନାଥ ପଟ୍ଟନାୟକ,କୋଟିନଡା ଥାନା ଅଧିକାରୀ କୃଷ୍ଣଚନ୍ଦ୍ର ସାହାଙ୍କ ସହ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।
