ମା ଦକ୍ଷିଣ କାଳୀଙ୍କର ସନ୍ଧ୍ଯା ଆଳତି

ମା ଦକ୍ଷିଣ କାଳୀଙ୍କର ସନ୍ଧ୍ଯା ଆଳତି ଆଦର୍ଶ ଗ୍ରାମ କଲରାବାଙ୍କ ଗ୍ରାମର ମା ଦକ୍ଷିଣକାଳିଙ୍କର ସନ୍ଧ୍ଯା କାଳୀନ ଆରତି ଦୀର୍ଘ ତିନି ଘଣ୍ଟା ଧରି ଆଳତୀ କରାଯାଇଥିଲା. ଏହିଆଳତୀରେ ଗାଁ ମାଟିର ସୁଯୋଗ୍ଯ ସନ୍ତାନ ଡକ୍ଟର ଅଚ୍ୟୁତ ସାମନ୍ତ ଯୋଗଦେଇଥିଲେ ଏବଂ ଆଳତୀ ସରିବା ପର୍ଯ୍ୟନ୍ତମାଦକ୍ଷିଣକାଳିଙ୍କ ର ଆର୍ଶିବାଦ ନେଇଥିଲେ. ଏହି ସଂଧ୍ୟା ଆଳତୀରେ ହଜାର ହଜାର ଶ୍ରଦ୍ଧାଳୁ ବେଶ୍ ଭିଡ ଦେଖିବାକୁ ମିଳିଥିଲା. ଏହି କାଳି ପୂଜା ବହୁ ପ୍ରାଚୀନ କାଳରୁ ହୋଇ ଆସୁଅଛି,ସନ୍ଧ୍ୟାରେ ଭକ୍ତ ମାନେ ନିଜ ନିଜର ଆଳତି ଦୀପ ସଜାଡ଼ି ରଖିଥିଲେ ତତ୍ପରେ ପୂଜକ ସମସ୍ତ ଆଳତି ଥାଳିକୁ ଗୋଟେ ପରେ ଗୋଟେ ପୂଜା ଥାଳି କୁ ମା ଙ୍କ ପାଖରେ ଆଳତୀ କରିଥିଲେ ଏହି ଉତ୍ସବରେ ଯେକୌଣସି ଭକ୍ତ ଦୀପ ଦାନ କରେ ତାହାର ସମସ୍ତ କାର୍ଯ୍ୟ ଅନାୟସରେ ସଂପନ୍ନ ହୋଇଥାଏ ବୋଲି ଅଂଚଳବାସୀ କହିଥିଲେ .ଏହି ବିଶ୍ବାସ ସମସ୍ତ ମନରେ ଶିହରଣ ସୃଷ୍ଟି କରିବା ସହିତ ମା ହେଉଛି ଜୀବନ୍ତ ଯିଏ ଯେତେବେଳେ ବିପଦ ରେ ଡାକିଛି ସେ ନିଶ୍ଚିନ୍ତ ତାହା ଡାକ ଶୁଣିଛନ୍ତି ବୋଲି ଅଂଚଳବାସୀ କହିଛନ୍ତି. ଏହି ମେଳାରେ ବହୁ ଭକ୍ତ ଙ୍କ ର ସମାଗମ ହେବାରେ ଦେଖାଯାଉଥିଲା. ଭକ୍ତମାନେ ଆଳତୀ ଦର୍ଶନ ପରେ ମେଳା ବଜାରରୁ ଅତ୍ୟାବଶ୍ୟକ ସାମଗ୍ରୀ କିଣାକିଣି କରି ଭରପୁର ଆନନ୍ଦ ଉପଭୋଗ କରିଥିଲେ.

କଲରାବାଙ୍କ ରୁ ମଳୟ କୁମାର ପାଣିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *