ଆଇଆଇଟିବିବିଏସ-ଆରଇପି ଏବଂ ଇଭିଏକାଡ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଆଇଆଇଟି ଭୁବନେଶ୍ୱର ଅନୁସନ୍ଧାନ ଏବଂ ଉଦ୍ୟୋଗୀ ପାର୍କ, (IITBBS-REP) ବୈଦ୍ୟୁତିକ ଯାନ (ଇଭି), ବ୍ୟାପକ ଜିରୋ ନିର୍ଗମନ ଯାନ (ଜେଡଇଭି) ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ଗ୍ରୀନ୍ ଟେକ୍ନୋଲୋଜି (ଯେପରିକି ହାଇଡ୍ରୋଜେନ୍, ସିସିୟୁ) ଭଳି ନୂତନ ଶକ୍ତି କ୍ଷେତ୍ରରେ ଅନୁସନ୍ଧାନ, ପରାମର୍ଶ ଏବଂ ପ୍ରଶିକ୍ଷଣରେ ସହଯୋଗ କରିବା ପାଇଁ ନାଗପୁର ସ୍ଥିତ ପିମାନିଫୋଲ୍ଡ ଇଭି ଏକାଡେମୀ ପ୍ରାଇଭେଟ ଲିମିଟେଡ଼ (evACAD) ସହିତ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛି, ଯାହାକି ମଲ୍ଟି ସେକ୍ଟରାଲ୍ ପ୍ରୟୋଗ ପାଇଁ ଉଭୟ ସଂସ୍ଥାର ଅଭିଜ୍ଞତାକୁ ଉପଯୋଗ କରିବ। ଏମଓୟୁ ର ଏକ ଅଂଶ ଭାବରେ, ଉଭୟ ସଂସ୍ଥା, ଆଧୁନିକ ଅଟୋମୋବାଇଲ୍ ଏବଂ ଇ-ମୋବିଲିଟି ଇଣ୍ଡଷ୍ଟ୍ରିର ଆବଶ୍ୟକତାକୁ ଧ୍ୟାନରେ ରଖି ଇ-ଡ୍ରାଇଭ ଏବଂ ବ୍ୟାଟେରୀ ସିଷ୍ଟମରେ ଆଡଭାନ୍ସଡ ସାର୍ଟିଫିକେଟ୍ ପ୍ରୋଗ୍ରାମ୍ (ସ୍ନାତକୋତ୍ତର, ଡିପ୍ଲୋମା, ସ୍ୱଳ୍ପ ମିଆଦି ସାର୍ଟିଫିକେଟ୍) ର ମିଳିତ ଅଫର୍ ମାଧ୍ୟମରେ ନିଜର ଜ୍ଞାନ ଓ ସାଧନର ଉପଯୋଗ କରିବାକୁ ସହମତି ପ୍ରକାଶ କରିଛନ୍ତି। ଆଇଆଇଟି ଭୁବନେଶ୍ୱର ଅନୁସନ୍ଧାନ ଏବଂ ଉଦ୍ୟୋଗୀ ପାର୍କର ସିଇଓ ଡକ୍ଟର ଶୁଭଙ୍କର ପତି ଏବଂ ପିମାନିଫୋଲ୍ଡ ଇଭି ଏକାଡେମୀ ପ୍ରାଇଭେଟ ଲିମିଟେଡ଼ ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ରାହୁଲ ବାଗଡିଆ ୧୬ ଅକ୍ଟୋବର ୨୦୨୪ରେ ଆଇଆଇଟି ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ୍ କରମଲକରଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ଵାକ୍ଷର କରିଥିଲେ। ଇ-ଡ୍ରାଇଭ୍ ଏବଂ ବ୍ୟାଟେରୀ ସିଷ୍ଟମରେ ଉନ୍ନତ ସାର୍ଟିଫିକେଟ୍ ପ୍ରୋଗ୍ରାମ, ଆଇଆଇଟିବିବିଏସ ଆରଇପି ଏବଂ ଇଭିଏକାଡ୍ ଦ୍ୱାରା ବିକଶିତ, ମୋଟର, କଣ୍ଟ୍ରୋଲର୍ ଏବଂ ବ୍ୟାଟେରୀ ଇଞ୍ଜିନିୟରିଂ ଉପରେ ଧ୍ୟାନ ଦେଇ ବୈଦ୍ୟୁତିକ ଯାନ ଡିଜାଇନ କ୍ଷେତ୍ରରେ ଉନ୍ନତ ଜ୍ଞାନ କୌଶଳ ଖୋଜୁଥିବା ବୃତ୍ତିଗତ ଛାତ୍ରଛାତ୍ରୀ ତଥା ସ୍ନାତକମାନଙ୍କୁ ଟାର୍ଗେଟ କରୁଛି। ପାଠ୍ୟକ୍ରମରେ ଇଭି ଡିଜାଇନ୍, ଶକ୍ତି ସଂରକ୍ଷଣ, ଚାର୍ଜିଂ ନେଟୱାର୍କ, ଯୋଗାଣ ଶୃଙ୍ଖଳା ଏବଂ ସ୍ଥିରତା ଅନ୍ତର୍ଭୁକ୍ତ

Leave a Reply

Your email address will not be published. Required fields are marked *