ନୃତ୍ୟଶ୍ରୀରେ କୁମାରୋତ୍ସବ ଓ ନୃତ୍ୟଶ୍ରୀ ସମ୍ମାନ ପ୍ରଦାନ ଉତ୍ସବ ଅନୁଷ୍ଠିତ

ଜଟଣୀର ଓଡ଼ିଶୀ ନୃତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ନୃତ୍ୟଶ୍ରୀ ପକ୍ଷରୁ ଅଷ୍ଟାଦଶ ବାର୍ଷିକୋତ୍ସବ ଓ କୁମାରୋତ୍ସବ ଉତ୍ତରାୟଣୀ ପ୍ରେକ୍ଷ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିବସରେ ସମ୍ମାନନୀୟ ଅତିଥି ଭାବେ ଜଟଣୀର ପୂର୍ବତନ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ, ବିଶିଷ୍ଟ ନୃତ୍ୟଶିଳ୍ପୀ ବିଦୂଷୀ ସୁଜାତା ମହାପାତ୍ର, ଅନୁଷ୍ଠାନର ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ଶ୍ରୀ ସୁରେନ୍ଦ୍ର କୁମାର ସାହୁ, ଅବସରପ୍ରାପ୍ତ ଶିକ୍ଷା ଅଧିକାରୀ ଡ ନିରଞ୍ଜନ ମହାନ୍ତି ଅର୍ଗସ ଟିଭିର ସମ୍ପାଦକ ଶ୍ରୀ ସଞ୍ଜୟ ଜେନା ଯୋଗ ଦେଇଥିଲେ।ଅନୁଷ୍ଠାନର ସଭାପତି ଶିକ୍ଷାବିତ୍ ତଥା ସାହିତ୍ୟିକ ଶ୍ରୀ ତ୍ରିଲୋଚନ ମହାପାତ୍ର ଉତ୍ସବରେ ଅଧ୍ୟକ୍ଷତା କରିଥିବା ବେଳେ ସମ୍ପାଦକ ଶ୍ରୀମତୀ ଚିନ୍ମୟୀ ମହାନ୍ତି ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ପୂର୍ବତନ ମନ୍ତ୍ରୀ ଶ୍ରୀ ରାଉତରାୟ ନୃତ୍ୟଶିଳ୍ପୀ ବିଦୂଷୀ ସୁଜାତା ମହାପାତ୍ରଙ୍କୁ ଅନୁଷ୍ଠାନ ପକ୍ଷରୁ ନୃତ୍ୟଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ। ଅନୁଷ୍ଠାନର ଉପସଭାପତି ସୁଚୀସ୍ମିତା ରାଉତରାୟ ଅତିଥିମାନଙ୍କୁ ବୃକ୍ଷ ଚାରା ପ୍ରଦାନ କରି ସ୍ବାଗତ ଜଣାଇଥିଲେ । ବିଭୁଦତ୍ତ ସ୍ବାଇଁ ମଞ୍ଚ ସଂଯୋଜନା କରିଥିବା ବେଳେ ସଭାପତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଷ୍ଠାନର ଛାତ୍ର ଛାତ୍ରୀ ମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରି ଦର୍ଶକମାନଙ୍କ ମନ ମୋହି ଥିଲେ ।

ସ୍ଵତନ୍ତ୍ର ପ୍ରତିନିଧି ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ,ଜଟଣୀ ।

Leave a Reply

Your email address will not be published. Required fields are marked *