ପ୍ରତ୍ୟେକ ପରିବାର ସହ ସମବାୟ ସମ୍ବନ୍ଧ ଯୋଡିବାକୁ ସାଂସଦ ଙ୍କ ପରାମର୍ଶ।
ସମବାୟ ସଦସ୍ୟତା ମହାଅଭିଯାନ ସମ୍ବନ୍ଧ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀପୁରୀ ୨୫/୯ ଆଜି ପୂର୍ବାହ୍ନରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ପରିସରରେ ପୁରୀ ଜିଲ୍ଲା ପ୍ରଶାସନ ସମବାୟ ବିଭାଗ ପକ୍ଷରୁ ସମବାୟ ସଦସ୍ୟତା ମହାଅଭିଯାନ’ ସମ୍ବନ୍ଧ ‘ର ଶୁଭାରମ୍ଭ କରାଯାଇଥିଲା।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଦ୍ବାରା ଆଭାସୀ ମାଧ୍ୟମରେ ଡିଜିଟାଇଜେସନ ‘ସମ୍ବନ୍ଧ’ ଆପ ର ଶୁଭାରମ୍ଭ କରାଯାଇଥିଲା। ପୁରୀ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁରୀ ଲୋକସଭା ସାଂସଦ ଡା ସମ୍ବିତ ପାତ୍ର ସମବାୟ ଏକ ଆନ୍ଦୋଳନ ଯାହା ପରିବାର କୁ ଆର୍ଥିକ ସମୃଦ୍ଧି ପଥରେ ନେବା ରେ ସହାୟକ ହୋଇଥାଏ ବୋଲି କହିଥିଲେ।ଗୁଜରାଟ ର ଅମୂଲ ଓ ମହାରାଷ୍ଟ୍ରର ଆଖୁ ସମବାୟ ଶିଳ୍ପ ର ଉଦାହରଣ ଦେଇ ଆମ ରାଜ୍ୟ ରେ ମଧ୍ୟ ସମବାୟ ଏକ ପୁରାତନ ସଂସ୍ଥା ।ଆସ୍କା,ନୟାଗଡ଼, ବଡମ୍ବା ର ଚିନି କଳ ଏହାର ଉଦାହରଣ।ପୁନଶ୍ଚ ଏହାର ପୁନରୁଦ୍ଧାର ଓ ଆଧୁନିକିକରଣ ପାଇଁ ପଦକ୍ଷେପ ନିଆଯାଉଛି।ପୁରୀ ଜିଲ୍ଲାରେ ୨୪୭ ଟି ସମବାୟ ସମିତି ରହିଥିବା ବେଳେ ୩ ଲକ୍ଷ ରୁ ଉର୍ଦ୍ଧ୍ବ ସଦସ୍ୟ ରହିଛନ୍ତି।ସମ୍ବନ୍ଧ ଆପ ମାଧ୍ୟମରେ ଅତିଶୀଘ୍ର ଆଉ ଏକ ଲକ୍ଷ ସଦସ୍ୟ ଙ୍କୁ ସାମିଲ କରାଯିବ ବୋଲି ଡା ପାତ୍ର କହିଥିଲେ।ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଏଥିରେ ଯୋଗ ଦେଇ ସମବାୟ, ସଂଗଠନ କୁ ସମୃଦ୍ଧ ଓ ସଂଗଠିତ କରିବା ସହ ଆର୍ଥିକ ସମୃଦ୍ଧି କୁ ସୁନିଶ୍ଚିତ କରିବା ସମ୍ବନ୍ଧର ମୂଳ ଲକ୍ଷ୍ୟ ବୋଲି କହିଥିଲେ।ଆମ ଜିଲ୍ଲା ରେ ସମବାୟ କୁ ଅଧିକ ମଜବୁତ ଓ କ୍ରିୟାଶୀଳ କରିବା ସମ୍ପର୍କରେ ସମସ୍ତ ସମିତି ସଂକଳ୍ପ ନେବାକୁ ସେ କହିଥିଲେ।

ପ୍ରାରମ୍ଭରେ ଜିଲ୍ଲା ସମବାୟ ସମିତିର ଉପ ନିବନ୍ଧକ ସରୋଜିନୀ ଜେନା ସମସ୍ତଙ୍କୁ ସ୍ବାଗତ ସହ ଜିଲ୍ଲାରେ ସମବାୟ ର ସ୍ଥିତି, ଆଗାମୀ କାର୍ଯ୍ୟ ସୂଚୀ ସମ୍ପର୍କରେ ଆଲୋକପାତ କରିଥିଲେ।ଏହି ଅବସରରେ ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ସାତପଡାଗଡ କୃଷି ସମବାୟ ସମିତିର ଗୋଦାମ ଗୃହ, ଗଡ ମୃଗୁଣିରା କୃଷି ସମବାୟ ସମିତିର ଧାନ ବିକ୍ରୟ କେନ୍ଦ୍ର ର ଭିତ୍ତିଭୂମି ବିକାଶ ଓ ମାଲୁଦ କୃଷି ସମବାୟ ସମିତିର କାର୍ଯ୍ୟାଳୟ ର ଶୁଭ ଉଦଘାଟନ ଓ ମହୁରା ମଡେଲ ମଣ୍ଡିର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ।ଏହି ଅବସରରେ ଚାରି ଗୋଟି ଲାଭାନ୍ୱିତ ପ୍ୟାକ୍ସ ର ୧୨ ଜଣ ଚାଷିମାନଙ୍କୁ ଲାଭାଂଶ ଅର୍ଥ ର ଚେକ ସାଂସଦ ଡା ପାତ୍ର ପ୍ରଦାନ କରିଥିଲେ।ସମବାୟ ସମିତିର ଆସିଷ୍ଟାଣ୍ଡ ଅଡିଟ ଜେନେରାଲ ସନ୍ତୋଷ କୁମାର ଜାଲି ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମ ରେ ସୂଚନା ଓ ଲୋକ ସମ୍ପର୍କ ଯୁଗ୍ମ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ,ପୁରୀ ନିମାପଡା ୟୁନାଇଡେଟ କୋଅପରେଟିଭ ସୋସାଇଟିର ସିଇଓ ତପତୀ ପଟ୍ଟନାୟକ, ସହକାରୀ ନିବନ୍ଧକ ସନାତନ ବେହେରା, ଉପ-ନିବନ୍ଧକ ସରୋଜିନୀ ଜେନା ପ୍ରମୁଖ ଯୋଗ ଦେଇଥିଲେ। ଶ୍ୟାମ ପ୍ରକାଶ ସେନାପତି ମଞ୍ଚ ସଞ୍ଚାଳନ କରିଥିଲେ।
