ବିଜେଡିର ବୁଗୁଡା ଏନ୍ଏସି ସ୍ତରୀୟ ସାଂଗଠନିକ ବୈଠକ

, ସ୍ଥାନୀୟ ଶକ୍ତିନଗରସ୍ଥିତ ମୀନାବଜାର ପଡିଆରେ ବିଜୁ ଜନତା ଦଳ ପକ୍ଷରୁ ବୁଗୁଡା ଏନ୍ଏସି ସ୍ତରୀୟ ସାଂଗଠନିକ ବୈଠକ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ନଗର ବିଜେଡି ସଭାପତି କେ.ତ୍ରିଲୋଚନ ଦୋରାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ , ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ ଓ ଉପାଧ୍ୟକ୍ଷା ଗିତାଞ୍ଜଳୀ ପାଢୀ , ପଞ୍ଚାୟତ ସମିତି ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ , କାଉନସିଲର ବିନୋଦିନୀ ନାୟକ , ସସ୍ମିତା ଜେନା , ଆଶୁତୋଷ ବଢେଇ , ଉର୍ମିଳା ସାହୁ , ରିଭା ସ୍ବାଇଁ , ପିଙ୍କି ନାହାକ , ବବ୍ରୁ ପ୍ରଧାନ , ପ୍ରାକ୍ତନ କାଉନସିଲର ସୂର୍ଯ୍ୟ ନାରାୟଣ ମହାନ୍ତି , ସୁଧାଂଶୁ ଶେଖର ପାଢୀ , ବ୍ରଜ ବିହାରୀ ପ୍ରଧାନ , ବ୍ଲକ ବିଜେଡି ସଭାପତି ମଦନ ଗୋପାଳ ଦୋରାଙ୍କ ସମେତ ବହୁ ସଂଖ୍ଯକ ଦଳୀୟ କର୍ମକର୍ତ୍ତା ଓ କର୍ମୀ ଯୋଗ ଦେଇଥିଲେ ।

ଆସିକା ଲୋକସଭା ଏବଂ ପୋଲସରା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପଞ୍ଚମ ପର୍ଯ୍ୟାୟରେ ଆସନ୍ତା ମେ ୨୦ ତାରିଖ ଦିନ ଭୋଟ ଗ୍ରହଣ ହେବାକୁ ଥିବାବେଳେ ବେଳେ ସାଂସଦ ପ୍ରାର୍ଥିନୀ ରଞ୍ଜିତା ସାହୁ ଏବଂ ହ୍ଯାଟ୍ରିକ୍ ବିଜୟ ଲକ୍ଷ୍ୟରେ ଥିବା ବିଧାୟକ ପ୍ରାର୍ଥୀ ଶ୍ରୀକାନ୍ତ ସାହୁଙ୍କୁ ବିପୁଳ ଭୋଟରେ ବିଜୟୀ କରିବା ନିମନ୍ତେ ବୁଗୁଡା ଏନ୍ଏସି ଅନ୍ତର୍ଗତ ୧୩ଟି ଓ୍ବାର୍ଡରେ ଦଳୀୟ ସଂଗଠନକୁ ଆହୁରି ମଜବୁତ୍ କରିବାକୁ ପଡିବ ବୋଲି ଆହ୍ବାନ ଦିଆଯାଇଥିଲା ।

Leave a Reply

Your email address will not be published. Required fields are marked *